ଜାତୀୟଶିକ୍ଷା

ନିଟ୍ ପରୀକ୍ଷା ଘୁଞ୍ଚାଇବା ଆବେଦନ ଖାରଜ

ନୂଆଦିଲ୍ଲୀ : ନିଟ୍ ପରୀକ୍ଷା ଯଥା ସମୟରେ ହେବ । ମେ ୨୧ରେ ହେବାକୁ ଥିବା ନିଟ୍ ପିଜି ୨୦୨୨ ସ୍ଥଗିତ ରଖିବା ନେଇ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଖାରଜ ହୋଇଛି । କୋର୍ଟ କହିଛନ୍ତି ପରୀକ୍ଷା ସ୍ଥଗିତ ରଖିବା କେବଳ ଅନିଶ୍ଚିତତା ଓ ଅରାଜକତା ସୃଷ୍ଟି କରିବ । ଆଡମିଶନ ବିଳମ୍ବ ହେଲେ ରୋଗୀଙ୍କ ଚିକିତ୍ସା ଓ ହସ୍ପିଟାଲର କାମ ପ୍ରଭାବିତ ହେବ । ପରୀକ୍ଷା ସ୍ଥଗିତ ରଖି ରୋଗୀଙ୍କ ଚିକିତ୍ସା ପ୍ରଭାବିତ କରିବାକୁ ଦିଆଯାଇ ପାରିବ ନାହିଁ । ରାଜ୍ୟ ସରକାର ଡାକ୍ତରଙ୍କ କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବାକୁ ପ୍ରଚେଷ୍ଟା କରୁଛନ୍ତି । ପ୍ରାୟ ୨ ଲକ୍ଷ ୬ ହଜାରରୁ ଅଧିକ ଡାକ୍ତର ରେଜିଷ୍ଟ୍ରେସନ୍ କରିଛନ୍ତି । ଯାହା ପୂର୍ବବର୍ଷ ଅପେକ୍ଷା ଢେର ଅଧିକ । ପୂର୍ବରୁ କରୋନା ଭାଇରସ ପାଇଁ ଚିନ୍ତା ଥିଲା । ପରୀକ୍ଷା ଉପରେ କରୋନାର ଅଧିକ ପ୍ରଭାବ ପଡିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com