ଅନ୍ତର୍ଜାତୀୟ

ୟୁକ୍ରେନ ସଙ୍କଟ: ୪ଟି ବିମାନରେ ଫେରିଲେ ୭୯୮ ଭାରତୀୟ

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବା ବେଳେ ଭାରତୀୟଙ୍କୁ ଫେରାଇ ଆଣିବାକୁ ‘ଅପରେସନ୍ ଗଙ୍ଗା’କୁ ଜୋର ଦିଆଯାଇଛି । ଏହାରି ମଧ୍ୟରେ ବାୟୁ ସେନାର ୪ଟି ବିମାନରେ ସ୍ୱଦେଶ ଫେରିଛନ୍ତି ୭୯୮ ଭାରତୀୟ । ବିଳମ୍ବିତ ରାତିରୁ ପର୍ଯ୍ୟାୟକ୍ରମେ ୪ଟି ବାୟୁସେନା ବିମାନରେ ଭାରତୀୟଙ୍କୁ ଅଣାଯାଇଛି । ୟୁକ୍ରେନରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ଯାଇଥିଲା ବିମାନ ।
ସୂତ୍ରରୁ ମିଳିଥିବା ଖବର ମୁତାବକ, ବାୟୁସେନାରେ ପ୍ରଥମ ବିମାନ ବୁଖାରେଷ୍ଟରୁ ୨୦୦ ଯାତ୍ର୍ରୀଙ୍କୁ ନେଇ ବୁଧବାର ଦିନ ବିଳମ୍ବିତ ରାତି ୧ଟା ୩୦ରେ ହିଣ୍ଡନ ବାୟୁସେନା ବେସରେ ପହଞ୍ଚିଥିଲା । କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ ସେମାନଙ୍କୁ ସ୍ୱାଗତ କରିଥିଲେ । ବାୟୁସେନାର C-17 ପରିବହନ ବିମାନରେ ଦେଶକୁ ଫେରିଛନ୍ତି ଭାରତୀୟ । ତେବେ ଯୁଦ୍ଧରେ ବହୁ ସାଧାରଣ ଲୋକଙ୍କର ଜୀବନ ଗଲାଣି । ରୁଷ୍ ଆକ୍ରମଣ କରିବାର ୭ ଦିନ ଭିତରେ ୧୦ ଲକ୍ଷ ଲୋକ ୟୁକ୍ରେନ୍ ଛାଡି ପଳାୟନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com