Breaking NewsFeaturedରାଜନୀତି

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ନେଇ ଏମିତି କହିଲେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ।

ଚଳିତ ବିଧାନସଭା ନିର୍ବାଚନରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ମୈଦାନକୁ ଓହ୍ଲାଇଛି ବିଜେପି । କେବଳ ମୋଦିଙ୍କ ଚେହେରାରେ ଏଥର ନିର୍ବାଚନ ଲଢୁଛି ଦଳ । ଏହାସହ ନୂଆ ଷ୍ଟ୍ରାଟେଜୀରେ କେନ୍ଦ୍ରମନ୍ତ୍ରୀ ଓ ସାଂସଦକୁ ଦିଆଯାଇଛି ଟିକେଟ । ଏହାରି ଭିତରେ ମଧ୍ୟପ୍ରଦେଶ ନିର୍ବାଚନୀ ମାହୋଲ ରହିଛି ବେଶ ସରଗରମ । ୩କେନ୍ଦ୍ରମନ୍ତ୍ରୀ ଓ ୭ସାଂସଦଙ୍କୁ ଟିକେଟ ଦେଇ ପ୍ରତିଯେଗୀତାକୁ ଆହୁରି କଡାକଡି କରିଛି ବିଜେପି । ସବୁଠୁ ବଡକଥା ହେଲା ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଓ ସାଂସଦ । ତେଣୁ ପୂର୍ବରୁ ଟଳମଳ ହେଉଥିବା ଶିବରାଜ ସିଂ ଚୌହ୍ୱାନଙ୍କ ଆସନ ବି ଏହି ରେସରେ ରହିଛି । ଯାହାକୁ ନେଇ ନାନା କଳ୍ପନାଜଳ୍ପନା କରୁଛନ୍ତି ରାଜନୈତିକ ବିଶେଷଜ୍ଞ ।

ତେବେ ଏସବୁ ଚର୍ଚ୍ଚା ଭିତରେ ଏକ ବଡ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ପଟେଲ । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ନେଇ କରିଛନ୍ତି ବଡ ଖୁଲାସା । ଯେତେବେଳେ ମୁଖ୍ୟମନ୍ତ୍ରୀ ଚେହେରା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଏବଂ ଶିବରାଜଙ୍କ ସ୍ଥାନରେ ଆପଣଙ୍କୁ ବିକଳ୍ପ ବଛାଯାଇଛି ବୋଲି ପଚରା ଯାଇଥିଲା ସେତେବେଳେ ଏଭଳି କିଛି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ପଟେଲ । ସେ କହିଛନ୍ତି ଦଳ ଏବଂ ସଂଗଠନ ସିଏମ ପଦ ଉପରେ ନିଷ୍ପତି ନେବ । ତେବେ ସଂସଦ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ଲୋକଙ୍କ ମଧ୍ୟରେ ଶିବରାଜ ସବୁଠାରୁ ଦକ୍ଷ ।

କିନ୍ତୁ ମୁଖ୍ୟମନ୍ତ୍ରୀ କିଏ ହେବ ସେ ଆକଳନରେ ମୁଁ ଭାଗନେବାକୁ ଚାହୁଁନାହିଁ ବୋଲି କହିଛନ୍ତି ପ୍ରହଲ୍ଲାଦ ପଟେଲ । ଏଠାରେ କହିରଖୁଛୁ ଯେ ଆସନ୍ତା ୧୭ରେ ମଧ୍ୟପ୍ରଦେଶରେ ନିର୍ବାଚନ । ତେଣୁ ଏନେଇ ଜୋରଦାର ଚାଲିଛି ପ୍ରଚାର । ଏହିସମୟରେ ବିଜେପିର ଷ୍ଟାର ପ୍ରଚାରକ ମାନେ କରୁଛନ୍ତି ପ୍ରଚାର । ତେବେ ଏହି ତାଲିକାରେ ନରସିଂହପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ବି ଚଳାଇଛନ୍ତି ଜୋରଦାର କ୍ୟାମ୍ପେନିଂ । ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ମୁଖ୍ୟ କମଲନାଥ ତାଙ୍କ ଆସନରୁ ନିର୍ବାଚନ ହାରିବେ ବୋଲି ସେ ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com