ଓଡ଼ିଶା

୬୪୩ ସମବାୟ ସମିତି ପାଇଁ ହେଉଛି ମତଦାନ

ଆଜି ଦ୍ୱିତୀୟ ପର୍ଯ୍ୟାୟ ସମବାୟ ନିର୍ବାଚନ । ୬୪୩ ସମବାୟ ସମିତି ପାଇଁ ହେଉଛି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ଦ୍ୱିତୀୟ ପର୍ଯ୍ୟାୟ ପ୍ରାଥମିକ ସମବାୟ ସମିତି ନିର୍ବାଚନ ପାଇଁ ୩୦୧୨ ପ୍ରାଥମିକ ସମବାୟ ସମିତି ଧାର୍ଯ୍ୟ ହୋଇଥିଲା । ଏଥିରୁ ୨୩୬୯ ସମବାୟ ସିମିତି ସଦସ୍ୟମାନେ ର୍ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଅବଶିଷ୍ଟ ୬୪୩ ସମବାୟ ସମିତି ପାଇଁ ମତଦାନ ହେଉଛି । ୩ ଲକ୍ଷ ୮୫ ହଜାର ୪୮ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ମତଦାନ ବୁଥରେ ମାଜିଷ୍ଟ୍ରେଟ ଓ ସଶସ୍ତ୍ର ପୋଲିସ ବାହିନୀ ନିୟୋଜିତ ହୋଇଛନ୍ତି । ୧୫୫ଟି ସମ୍ବେଦନଶୀଳ ବୁଥରେ ଭିଡିଓଗ୍ରାଫି ସହ ସିସିଟିଭି ଦ୍ୱାରା ମନିଟର କରାଯାଉଛି । ଅତି ସମ୍ବେଦନଶୀଳ ବୁଥ୍ ଦାୟିତ୍ବରେ ରହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ । ୧୯ ଉପନିବନ୍ଧକ ଓ ୫୮ ସହକାରୀ ନିବନ୍ଧକଙ୍କ ସହିତ କର୍ମଚାରୀମାନେ ନିର୍ବାଚନ ପରିଚାଳନା କରୁଛନ୍ତି । ପ୍ରଥମ ପର୍ଯ୍ୟାୟ ପ୍ରାଥମିକ ସମବାୟ ସମିତି ନିର୍ବାଚନରେ ସ୍ଥଗିତ ଥିବା ମତଦାନ ଆସନ୍ତା ୨୯ ତାରିଖରେ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com