ଜାତୀୟମନୋରଞ୍ଜନ

‘ଶେହଜାଦା’ର ଶୁଟିଂ ଆରମ୍ଭ କଲେ କାର୍ତ୍ତିକ୍‌, କ୍ରିତିଙ୍କ ସହ ଆକ୍ସନ୍‌ ଅନ୍ଦାଜ୍‌ରେ ଆସିବେ ନଜର

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ଭୁଲ୍ ଭୁଲେୟାଁ ୨’ ବ୍ଲକ୍‌ ବଷ୍ଟର ହେବା ପରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସବୁଠି ଚର୍ଚ୍ଚା । ବର୍ତ୍ତମାନ ତାଙ୍କର ନୂଆ ଚଳଚ୍ଚିତ୍ର’ ଶେହଜାଦା ‘ପାଇଁ ପ୍ରସ୍ତୁତ ହେଉଛନ୍ତି। ଅଭିନେତା ତାଙ୍କ ପୋଷ୍ଟରେ ‘ଶେହଜାଦା’ ସହ ଜଡିତ ଏକ ଅପଡେଟ୍ ସେୟାର କରିଛନ୍ତି । ଏହା ବ୍ୟତୀତ କହିଛନ୍ତି ଯେ ସେ ଏହାର ସୁଟିଂ ମଧ୍ୟ ଆରମ୍ଭ କରିଛନ୍ତି।

କାର୍ତ୍ତିକ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସୁଟିଂ ସେଟରୁ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ତିନୋଟି ପାଣି ଗ୍ଲାସ୍‌ ଦେଖିବାକୁ ମିଳିଛି, ଯାହାର ପରେ କାର୍ତ୍ତିକ ଆଖିରେ ଗଗଲ୍ସ ଥିବା ବେଳେ ହାଲୁକା କମଳା ରଙ୍ଗର ସାର୍ଟରେ ଦେଖିବାକୁ ମିଳିଛନ୍ତି । ଏହି ଫଟୋ ସେୟାର କରି କାର୍ତ୍ତିକ କ୍ୟାପସନରେ ଲେଖିଛନ୍ତି – ‘ଶେହଜାଦା ଡ୍ରିଙ୍କସ୍’।ଏହା ପୂର୍ବରୁ ଫିଲ୍ମର କ୍ଲିପ୍ ବୋର୍ଡ ସେୟାର କରି ପ୍ରଶଂସକମାନଙ୍କୁ ଫିଲ୍ମର ସୁଟିଂ ବିଷୟରେ ସୂଚନା ଦିଆଯାଇଛି।

 

View this post on Instagram

 

A post shared by KARTIK AARYAN (@kartikaaryan)

କହିବାକୁ ଗଲେ କାର୍ତ୍ତିକ୍‌ ଆର୍ଯ୍ୟନ୍‌ଙ୍କ ଫିଲ୍ମ ଅଲୁ ଅର୍ଜୁନଙ୍କ ଅଲ୍ଲା ବୈକୁଣ୍ଠପୁରାମୁଲୁଙ୍କ ହିନ୍ଦୀ ରିମେକ୍।  ‘ଶେହଜଡା’ ପାଇଁ ନିର୍ଦ୍ଦେଶକ ରୋହିତ ଧାୱନ ୱାର୍ଲ୍ଡର ବିଭିନ୍ନ ଶ୍ରେଷ୍ଠ ଷ୍ଟଣ୍ଟ ନିର୍ଦ୍ଦେଶକଙ୍କୁ ବାଛିଛନ୍ତି। ଏଭଳି ପରିସ୍ଥିତିରେ କାର୍ତ୍ତିକ ଦୀର୍ଘ ଦିନ ଧରି ଫିଲ୍ମକୁ ଅପେକ୍ଷା କରି ରହିଥିଲେ ଏବଂ ଏଥିପାଇଁ ପ୍ରସ୍ତୁତିରେ ମଧ୍ୟ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ କାର୍ତ୍ତିକଙ୍କ ସହ କ୍ରିତି ସାନନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହାପୂର୍ବରୁ କାର୍ତ୍ତିକ-କ୍ରିତିଙ୍କ ଯୋଡି ‘ଲୁକା-ଚୁପି’ରେ ଦେଖିବାକୁ ମିଳିଥିଲା। କାର୍ତ୍ତିକ-କ୍ରିତୀଙ୍କ ବ୍ୟତୀତ ପରେଶ ରାୱଲ, ମନୀଷା କୋଇରାଲା, ରୋନିତ୍‌ ରୟ ଏବଂ ସଚିନ ଖେଡେକର ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com