ମନୋରଞ୍ଜନ

ପାରମ୍ପାରିକ ରୀତିନୀତିରେ ବିବାହ କରିବେ ବିକ୍ରାନ୍ତ-ଶୀତଲ, ଭାଇରାଲ୍‌ ହେଲା ହଲଦୀର ଭିଡିଓ…

ନୂଆଦିଲ୍ଲୀ() ଅଭିନେତା ବିକ୍ରାନ୍ତ ମେସି ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କ ସହ ରେଜିଷ୍ଟାର ମ୍ୟାରେଜ୍‌ କରିଛନ୍ତି। ଏବେ କୁହାଯାଉଛି କି ଦୁହେଁ ପାରମ୍ପାରିକ ରୀତିନୀତି ଅନୁଯାୟୀ ୧୮ ପେବୃୟାରୀରେ ବିବାହ କରିବେ। ଏଥିପାଇଁ ବିବାହର ସମସ୍ତ ପ୍ରସ୍ତୁତି ମଧ୍ୟ ସରିଯାଇଛି । ଶୁଣିବାକୁ ମିଳୁଛି କି ଏହି ଦମ୍ପତିଙ୍କ ବିବାହ ଅତ୍ୟନ୍ତ ବ୍ୟକ୍ତିଗତ ତଥା ପ୍ରାଇଭେଟ୍‌ ଭାବରେ ହେବ।  ଯେଉଁଥିରେ ପରିବାର ଏବଂ ବନ୍ଧୁମାନେ ହିଁ ସାମିଲ୍‌ ହେବେ। ତେବେ ଏପର୍ଯ୍ୟନ୍ତ ଅଭିନେତାଙ୍କ ପକ୍ଷରୁ କୌଣସି ସୂଚନା ମିଳି ନାହିଁ । କିନ୍ତୁ ଏହାର ଫଟୋ ଭାଇରାଲ୍‌ ହେବାରେ ଲାଗିଛି । ବିବାହ ପୂର୍ବ ଉତ୍ସବର ଫଟୋ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି ।

ସୂଚନା ଅନୁଯାୟୀ ଯେ ଭାଲେଣ୍ଟାଇନ୍ସ ଡେ ଅର୍ଥାତ୍ ୧୪ ଫେବୃଆରୀ ୨୦୨୨ରେ ବିକ୍ରାନ୍ତ ଓ ଶୀତଲଙ୍କ ସହ ରେଜିଷ୍ଟ୍ରି ମ୍ୟାରେଜ୍‌ କରିଥିଲେ। ସେହି ଦିନଠାରୁ ଏହି ଦମ୍ପତି ଚର୍ଚ୍ଚାରେ ଅଛନ୍ତି।  ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଉଛି କି ଦୁହେଁ ଆଜି ତାଙ୍କର ହଳଦୀର ଫଟୋ ଦେଖିବାକୁ ମିଳିଛି। ପରେ ଦୁହେଁ ରୀତିନୀତି ବିବାହ କରିବେ। ଆଜି ଯାଏଁ  ଦୁହେଁ ନିଜ ସମ୍ପର୍କ ବିଷୟରେ ସର୍ବଦା କମ୍ କଥାବାର୍ତ୍ତା କରନ୍ତି। ରେଜେଷ୍ଟ୍ରି ମ୍ୟାରେଜ୍‌ ପରେ ପରେ ଦମ୍ପତି ସେମାନଙ୍କର ସୁନ୍ଦର ଫଟୋ ସେୟାର କରିଥିଲେ ।

Related Articles

Back to top button