ଜାତୀୟରାଜନୀତି

ଟିଏମସିରେ ସାମିଲ ହେବାକୁ ଯାଉଛନ୍ତି ବିଜେପି ସାଂସଦ ଅର୍ଜୁନ ସିଂ

ପଶ୍ଚିମବଙ୍ଗ: ବାରାକପୁରରୁ ବିଜେପି ଟିକେଟରୁ ସାଂସଦ ହୋଇଥିବା ଅର୍ଜୁନ ସିଂ ଖୁବଶୀଘ୍ର ଟିଏମସିରେ ସାମିଲ ହେଉଥିବା ନେଇ ଚର୍ଚ୍ଚା ହେଉଛି । ଆଜି ଅପରାହ୍ନରେ ଅର୍ଜୁନ ସିଂ ଟିଏମସିର ରାଷ୍ଟ୍ରୀୟ ସଭାପତି ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଭେଟିବେ । ଏହି ଖବର ପ୍ରଚାରିତ ହେବା ପରେ ଏବେ ବିଜେପିର ଜାତୀୟ ନେତାମାନେ ଅର୍ଜୁନ ସିଂଙ୍କୁ ମନାଇବାକୁ ଚେଷ୍ଟା କରିଛନ୍ତି । ସେପଟେ ଟିଏମସି ସୂତ୍ରରୁ ମଳିଥିବା ସୂଚନା ମୁତାବକ ଦୀର୍ଘ ୬ ମାସ ହେବ ଅର୍ଜୁନ ସିଂ ଟିଏମସି ସଂପର୍କରେ ରହିଛନ୍ତି । ଏହାସହ କିଛିଦିନ ହେବ ସେ ଲଗାତର କେନ୍ଦ୍ର ସରକାରଙ୍କ ବିରୋଧରେ ବୟାନ ବାଜି କରୁଥିବାରୁ ଅର୍ଜୁନ ଖୁବଶୀଘ୍ର ମମତାଙ୍କ ହାତ ଧରିପାରନ୍ତି ବୋଲି ଅନୁମାନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com