ମନୋରଞ୍ଜନ

ବୁର୍ଜ ଖଲିଫାରେ ‘ଆନିମଲ’

ନିକଟରେ ମୁଭି ‘ଆନିମଲ’ର ଟ୍ରେଲର ରିଲିଜ ହୋଇଥିଲା ଏବଂ ବର୍ତ୍ତମାନ ଦୁବାଇର ବୁର୍ଜ ଖଲିଫାରେ ଫିଲ୍ମର ୬୦ସେକେଣ୍ଡର ଟିଜର ରିଲିଜ ହୋଇଛି। ଏହି ବିଶେଷ ମୁହୂର୍ତ୍ତ ପାଇଁ ରଣବୀର କପୁର, ବବି ଦେଓଲ ଏବଂ ଫିଲ୍ମର ନିର୍ମାତା ଭୂଷଣ କୁମାର ମଧ୍ୟ ଦୁବାଇରେ ପହଞ୍ଚିଥିଲେ।

ଯେତେବେଳେ ବୁର୍ଜ ଖଲିଫାରେ ଟିଜର ପ୍ରଦର୍ଶିତ ହୋଇଥିଲା, ରଣବୀର ଏବଂ ବବି ଏହାକୁ ଆଶ୍ଚର୍ଯ୍ୟ ଭାବରେ ଦେଖୁଥିବାର ନଜର ଆସିଥିଲେ।

ଏହି ସମୟରେ ରଣବୀର କପୁର ମଧ୍ୟ ତାଙ୍କ ଫୋନର କ୍ୟାମେରାରେ ଏହି ବିଶେଷ ମୁହୂର୍ତ୍ତକୁ କଏଦ କରୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Related Articles

Back to top button
WP Twitter Auto Publish Powered By : XYZScripts.com