ଅନ୍ୟାନ୍ୟ

ଦରକାର ନାହିଁ ଭିସା

ବିଦେଶଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ମାଲେସିଆ ଯାଉଥିବା ଭାରତୀୟଙ୍କ ପାଇଁ ଡିସେମ୍ବର ୧ରୁ ଦରକାର ନାହିଁ ଭିସା। ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଏନେଇ ଘୋଷଣା କରିଛନ୍ତି।

ପିପୁଲ୍ସ ଜଷ୍ଟିସ ପାର୍ଟିର ବାର୍ଷିକ କଂଗ୍ରେସରେ ଦେଇଥିବା ଅଭିଭାଷଣରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର କହିଛନ୍ତି, ଭାରତୀୟ ଏବଂ ଚୀନ୍ ନାଗରିକମାନେ ୩୦ ଦିନ ପର୍ଯ୍ୟନ୍ତ ବିନା ଭିସାରେ ମାଲେସିଆରେ ରହିପାରିବେ। ଶ୍ରୀଲଙ୍କା, ଭିଏତନାମ ଏବଂ ଥାଇଲ୍ୟାଣ୍ଡ ପରେ ମାଲେସିଆ ଚତୁର୍ଥ ଦେଶ ହୋଇପାରିଛି ଯାହା ଭାରତୀୟ ନାଗରିକଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ଘୋଷଣା କରିଛି ।

Related Articles

Back to top button