ଜାତୀୟ

ସଲମାନଙ୍କ ଭଉଣୀ ଅର୍ପିତା ଖାନ୍‌ ଶର୍ମା ମୁମ୍ବାଇରେ କିଣିଲେ ଆଲିଶାନ୍‌ ଫ୍ଲାଟ୍‌, କୋଟି କୋଟି ଟଙ୍କାର ରହିଛି ଦାମ୍‌

ନୂଆଦିଲ୍ଲୀ() ସଲମାନ ଖାନ ତାଙ୍କ ଭଉଣୀ ଅର୍ପିତାଙ୍କୁ ବହୁତ ଭଲ ପାଆନ୍ତି । ଏହା କାହାକୁ ଅଛପା ନାହିଁ । ପିଲାଦିନରୁ ଆଜି ପର୍ଯ୍ୟନ୍ତ ସେ ଅର୍ପିତାଙ୍କୁ କୌଣସି ପ୍ରକାରର ଅଭାବ ଅନୁଭବ କରିବାକୁ ଦେଇ ନାହାନ୍ତି । ପ୍ରତିଦିନ ଉଭୟଙ୍କ କିଛି ନା କିଛି ଫଟୋ ଭାଇରାଲ୍‌ ହୋଇଥାଏ । ଅର୍ପିତା ଖାନ ଶର୍ମା ଆୟୁଷ ଶର୍ମାଙ୍କୁ ବିବାହ କରିଛନ୍ତି । ଏବଂ ଦୁହେଁ ଏକ ଭଡା ଘରେ ଏକାଠି ରହୁଥିଲେ। ବର୍ତ୍ତମାନ ଖବର ଆସୁଛି ଯେ ଅର୍ପିତା ମୁମ୍ବାଇରେ ନିଜର ଏକ ଘର କିଣିଛନ୍ତି । ଯାହା ଘର ଦାମ୍‌ର କୋଟି କୋଟି ଟଙ୍କା ରହିଛି।

ସଲମାନ ଖାନଙ୍କ ସାନ ଭଉଣୀ ଅର୍ପିତା ଖାନ ଶର୍ମା ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଘର କିଣିଥିବାର ଜଣାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଘରର ମୂଲ୍ୟ ୧୦ କୋଟି ଟଙ୍କା ରହିଛି ବୋଲି ଶୁଣିବାକୁ ମିଳିଛି । ଘରରଟି ଦ୍ୱାଦଶ ମହଲା ଉପରେ ରହିଛି । ଆପାର୍ଟମେଣ୍ଟଟି ୧୭୫୦ ବର୍ଗଫୁଟ ରହିଛି ।  ଏଥି ସହ ଚାରୋଟି କାର ପାର୍କିଂ ସ୍ଥାନ ଅଛି ।

ଏହାପୂର୍ବରୁ ଡିସେମ୍ବର ମାସରେ ସଲମାନ ଖାନ ମୁମ୍ବାଇରେ ତାଙ୍କର ଗୋଟିଏ ସମ୍ପତ୍ତି ଭଡା ନେଇଥିବାର ଖବର ଆସିଥିଲା। ଖବର ମୁତାବକ, ଅଭିନେତା ମୁମ୍ବାଇରେ ତାଙ୍କ ଆପାର୍ଟମେଣ୍ଟକୁ ମାସିକ  ଭାବରେ ୯୫,୦୦୦ ହଜାର ଦେଉଥିଲେ । ଅଭିନେତା ଆୟୁଷ ଶର୍ମାଙ୍କୁ ଅର୍ପିତା ଖାନ ଶର୍ମାଙ୍କର ଦୁଇଟି ସନ୍ତାନ ଅଛି – ଆହିଲ ଏବଂ ଆୟତ।

Related Articles

Back to top button
WP Twitter Auto Publish Powered By : XYZScripts.com