ଓଡ଼ିଶା

ଭଦ୍ରକରେ ଭାରତ ବନ୍ଦର ପ୍ରଭାବ: ବନ୍ତ ଛକରେ ରାଜପଥ ଅବରୋଧ, ଦୋକାନ ବଜାର ସବୁ ବନ୍ଦ୍

ଭଦ୍ରକ() ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ଟ୍ରେଡ ୟୁନିୟନ । ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଭଦ୍ରକରେ ପରିଲକ୍ଷିତ ହୋଇଛି । କେନ୍ଦ୍ର ସରକାରଙ୍କ ଶ୍ରମିକ , କୃଷକ ମାରଣ ନୀତି ଓ କର୍ପୋରେଟ ସପକ୍ଷବାଦୀ ନୀତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି ।

ମାର୍ଚ୍ଚ ମାସର ୨୮ ଓ ୨୯ ତାରିଖ ଦିନ ଭାରତ ବର୍ଷର ସମସ୍ତ୍ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ବ୍ୟାଙ୍କ , ବୀମା , ସ୍ଵାଧୀନ କର୍ମଚାରୀ ଫେଡେରେସନ ମାନେ ଦୁଇଦିନିଆ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦେଇଛନ୍ତି ।

ଏହି ଧର୍ମଘଟ ଡାକରାରେ ଭଦ୍ରକ ଜିଲ୍ଲାରେ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଚରମ୍ପା ଠାରେ ରେଳ ରୋକ କରିବା ସହ ୧୬ ନମ୍ବର ଜାତୀୟ ରାଜପଥର ବନ୍ତ ଛକ ଠାରେ ରାଜପଥ ଅବରୋଧ କରଯାଇଛି । ଦୋକାନ ବଜାର ସବୁ ବନ୍ଦ କରିବ ସହର ସାରା ପିକେଟିଙ୍ଗ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com