ଓଡ଼ିଶା

ପରୀକ୍ଷା ଦେବାକୁ ଯାଇ ମାସେ ହେଲା ଫେରିନି ପୁଅ, ବାଟ ଚାହିଁ ବସିଛନ୍ତି ବାପା-ମା’

ଉମରକୋଟ() ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅଧିନସ୍ଥ ସନ୍ଧିମୁଣ୍ଡା ଗ୍ରାମର ପବିତ୍ର ମାଳିଙ୍କ ପୁଅ ବିଦ୍ୟାଧର ମାଳି ଆଜକୁ ଏକ ମାସ ତଳେ ନିଟ୍ ପରୀକ୍ଷା ଦେବାକୁ ଯାଇ ଆଉ ଘରକୁ ଫେରିନଥିବା ନେଇ ପରିବାର ବର୍ଗ ଚିନ୍ତାରେ ରହିଛନ୍ତି । ବିଦ୍ୟାଧର କୋରାପୁଟ କଲେଜରୁ ପିଜି ପାସ୍ ହୋଇଥିବା ବେଳେ ଗତ ଜାନୁୟାରୀ ୨ ତାରିଖ ଦିନ ଜୟପୁର ଯାଇ ଚନ୍ଦାହାଣ୍ଡି ବ୍ଲକ୍ ଚାନ୍ଦଗିରୀ ଗ୍ରାମର ତାଙ୍କ ସାଙ୍ଗ ପାଖରେ ରହି ସକାଳେ ନିଟ୍ ପରୀକ୍ଷା ଦେବାକୁ ବ୍ରହ୍ମପୁର ଯାଇଥିଲେ ।

ବ୍ରହ୍ମପୁରରେ ପରୀକ୍ଷା ସରିବା ପରେ ସାଙ୍ଗମାନେ ଚାଲି ଆସିଥିବା ବେଳେ ସେ କିଛି ଦିନ ବ୍ରହ୍ମପୁରରେ ରହିବେ ବୋଲି ସାଙ୍ଗମାନଙ୍କୁ କହିଥିଲେ। ତେବେ ଆଜିକୁ ଏକ ମାସରୁ ଉର୍ଦ୍ଧ୍ବ ସମୟ ହୋଇଥିଲେ ମଧ୍ୟ ସେ ଘରକୁ ନ ଫେରିବା ଓ ତାଙ୍କ ସହ ପରିବାର ବର୍ଗଙ୍କ ଯୋଗାଯୋଗ ନହେବାରୁ ବାପା ମା’ ଚିନ୍ତାରେ ଅଛନ୍ତି । ଏନେଇ ବାପା ପବିତ୍ର ମାଳି ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପରିବାର ପୁଅକୁ ଖୋଜିବା ପାଇଁ ସମର୍ଥ ନଥିବାରୁ ପ୍ରଶାସନ ପୁଅକୁ ଖୋଜି ଫେରାଇ ଆଣିବା ପାଇଁ ପ୍ରଶାସନ ପାଖରେ ଗୁହାରି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com