ଓଡ଼ିଶା

ହାଇକୋର୍ଟଙ୍କ ଗୁରୁରତ୍ୱପୂର୍ଣ୍ଣ ରାୟ, ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ ବାଣିଜ୍ୟ ଡିଗ୍ରୀଧାରୀ

ଭୁବନେଶ୍ୱର() ଏଣିକି ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ ବାଣିଜ୍ୟରେ ଡିଗ୍ରୀଧାରୀ ।ବାଣିଜ୍ୟରେ ସ୍ନାତକ କିମ୍ବା ସ୍ନାତ୍ତକୋତ୍ତରେ ଡିଗ୍ରୀଧାରୀମାନେ ପାଠ୍ୟକ୍ରମରେ ପଢ଼ିଥିବା ଇଂଲିସ୍ ଏବଂ ଅର୍ଥନୀତିକୁ ସ୍କୁଲ ପାଠ ହିସାବରେ ଗ୍ରହଣ କରାଯିବ । ଅନ୍ୟାନ୍ୟ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସହିତ ବାଣିଜ୍ୟ ସ୍ନାତକ ଡିଗ୍ରି ଥିବା ପ୍ରାର୍ଥୀଙ୍କ ପ୍ରାର୍ଥିତ୍ୱ ବାତିଲ୍ ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିଛନ୍ତି । ଆବେଦନକାରୀଙ୍କ ପ୍ରାର୍ଥିତ୍ୱ ଗ୍ରହଣ କରି ନିଯୁକ୍ତି ପ୍ରଦାନ ପ୍ରସଂଗରେ ବିଚାର କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଚୁକ୍ତିଭିତ୍ତିକ ଟିଜିଟି ପଦ ପୂରଣ ପାଇଁ ଗଣଶିକ୍ଷା ବିଭାଗ ତରଫରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ୨୦୨୧, ଅଗଷ୍ଟ ୨୮ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । କଳା/ବାଣିଜ୍ୟ ବା ଶାସ୍ତ୍ରୀ ଡିଗ୍ରୀ ସହିତ ବିଏଡ୍ ପାସ୍ କରିଥିବା ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରି ପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା । ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ଆବେଦନକାରୀ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଆବେଦନକାରୀଙ୍କ ପ୍ରାର୍ଥିତ୍ବ ଖାରଜ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com