ଜାତୀୟ

ଫୋନ୍‌ ଟ୍ୟାପିଙ୍ଗ୍‌ ମାମଲା: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ୍‌, ଥାନାରେ ହାଜାର ହେବାକୁ ନିର୍ଦ୍ଦେଶ

ମୁମ୍ୱାଇ() ଫୋନ୍‌ ଟ୍ୟାପିଂ ମାମଲାରେ ମୁମ୍ୱାଇ ପୋଲିସ୍‌ ଶନିବାର ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପର୍ଡନାଭିସ୍‌ଙ୍କୁ ନୋଟିସ୍‌ ପଠାଇଛି । ଏଥିରେ ତାଙ୍କୁ ଆସନ୍ତାକାଲି ସକାଳ ୧୧ଟାରେ ବିକେସି ସାଇବର ପୋଲସ୍‌ ଷ୍ଟେସନରେ ହାଜର ହେବାକୁ କୁହାଯାଇଛି । ଏନେଇ ଦେବେନ୍ଦ୍ର କହିଛନ୍ତି ଯେ ମତେ ମୁମ୍ୱାଇ ପୋଲିସ୍‌ ପକ୍ଷରୁ ସିଆର୍‌ପିସିର ଧାରା ୧୬୦  ଅନୁସାରେ ଏକ ନୋଟିସ୍‌ ମିଳିଛି । ଯେଉଁଥିରେ କାଲି ୧୧ଟାରେ ବିକେସି ସାଇବର ପୋଲିସ୍‌ ଷ୍ଟେସନରେ ହାଜର ହେବାକୁ କୁହାଯାଇଛି । ମୁଁ ସେଠାକୁ ଯାଇ ବୟାନ ରେକର୍ଡ କରାଇବି ବୋଲି ସେ କହିଛନ୍ତି ।

ପୋଲିସ୍‌କୁ କୌଣସି ସୂଚନା ଆବଶ୍ୟକ ହେଲେ ଦେବେନ୍ଦ୍ର ସହାୟତା କରିବା ନେଇ କହିଛନ୍ତି । ଏହାଛଡ଼ା ମତେ ଏ ସବୁ ତଥ୍ୟ କେଉଁଠାରୁ ମିଳିଲା, ତାହା ଖୁଲାସା ନକରିବା ପାଇଁ ମୋ ପାଖେ ସେ ଅଧିକାର ଅଛି । କିନ୍ତୁ ମୁଁ ଥରେ ଗୃହମନ୍ତ୍ରୀ ରହିଥିଲି, ତେଣୁ ମୋର କର୍ତ୍ତବ୍ୟ ଠିକ୍‌ରେ ଜାଣିଛି ବୋଲି ସେ କହିଛନ୍ତି ।

ତେବେ ଭାରତୀୟ ପୋଲିସ୍‌ ସେବାର ବରିଷ୍ଠ ଅଧିକାରୀ ରଶ୍ମି ଶୁକ୍ଳାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ପୋଲିସ୍‌ କହିଛି ଯେ ଶୁକ୍ଳା ଶିବସେନାର ସାଂସଦ ସଂଜୟ ରାୱତ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ନେତା ଏକନାଥ ଖଡ଼ସେଙ୍କ ଫୋନ୍‌ ଟ୍ୟାପିଂ ଅବୈଧ ରୁପେ କରିଥିଲେ । ଦକ୍ଷିଣ ମୁମ୍ୱାଇର କୋଲାବା ପୋଲିସ୍‌ ଥାନାରେ ଏହି ମାମଲା ଦାଏର ହୋଇଥିଲା । ଏଥିରେ କୁହାଯାଇଥିଲା ଯେ ୨୦୧୯ ନିର୍ବାଚନ ଚାଲିଥିବା ବେଳେ ଏହି ଅଧିକାରୀ ଦୁଇ ନେତାଙ୍କ ଫୋନ୍‌ ଟ୍ୟାପିଂ କରିଥିଲେ ।

Related Articles

Back to top button