ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ରାଜଗଡ଼ରେ ଜାଗର ଉପଲକ୍ଷେ ପ୍ରଭୁ ଈଶାଣେଶ୍ବରଙ୍କ ନଗର ଭ୍ରମଣ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତର ନଛିପଡ଼ା ଗ୍ରାମରେ ଅନୁଷ୍ଠିତ ହେଉଛି ଶ୍ରୀ ଶ୍ରୀ ଈଶାଣେଶ୍ବର ମହାଦେବଙ୍କ ୩ୟ ବାର୍ଷିକ ମହାଯଜ୍ଞ । ୩ ଦିନ ଧରି ଚାଲିଥିବା ଏହି ଯଜ୍ଞରେ ରାଜଗଡ଼, ନଛିପଡ଼ା, ପଟଣା ଏବଂ ସ୍ବାଇଁ ସାହି ସମେତ ଆଖପାଖ ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ଗୋବରୀ ନଦୀରୁ କଳସ ବୁଡ଼ାଇ ଏକ ବିରାଟ ଶୋଭାଯାତ୍ରା ପୂର୍ବକ ଯଜ୍ଞ ମଣ୍ଡପରେ ଉପସ୍ଥିତ ହୋଇଥିଲେ। ଏହି ଅବସରରେ ପ୍ରଭୁ ଈଶାଣେଶ୍ବର ଏବଂ ମା’ ପାର୍ବତୀଙ୍କ ଚଳନ୍ତି ପ୍ରତିମାକୁ ଶୁକ୍ରବାର ବୈଦିକ ରୀତିନୀତିରେ ଜୀବନ୍ୟାସ ଦିଆଯାଇଛି। ଏହାପରେ ଏକ ସୁସଜ୍ଜିତ ବିମାନରେ ଉମା ମହେଶଙ୍କ ଚଳନ୍ତି ପ୍ରତିମା ବିଶାଳ ପଟୁଆର ସହିତ ନଗର ପରିକ୍ରମା କରିଥିଲେ । ବାଜା, ଘଣ୍ଟ, ଶଙ୍ଖ, ସଂକୀର୍ତ୍ତନ ଏବଂ ହୁଳାହୁଳି ମଧ୍ୟରେ ଭକ୍ତମାନଙ୍କ ଘରୁ ଭୋଗ ଖାଇ ମନ୍ଦିରକୁ ଫେରିଥିଲେ ଠାକୁର। ରାତି ୧୧ଟା ପରେ ପୁ୍ନଶ୍ଚ ବେଢ଼ା ପରିକ୍ରମା କରିବାପରେ ମହାଦୀପ ମହାଦୀପ ମନ୍ଦିର ଉପରକୁ ଉଠିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com