ଓଡ଼ିଶା

ପୋଲିସ-ନକ୍ସଲ ଗୁଳିବିନିମୟ: ଜଣେ ନକ୍ସଲ ମୃତ

ମାଲକାନଗିରି() ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡିଛି। ପ୍ରତିଦିନ ଭଳି ଆଜି ମଧ୍ୟ ୨୦୧-ବାଟାଲିୟନର ଡିଆରଜି ଯବାନ ସର୍ଚ୍ଚ ଅପେରସନରେ ବାହାରିଥିଲେ।ତେବେ ଚିନ୍ତଲନର ନିକଟସ୍ଥ ତିମପୁରମ ନିକଟରେ ଆମ୍ବୁସ ଲଗାଇ ବସିଥିବା ନକ୍ସଲ ଯବାନଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ।

ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ପ୍ରାୟ ଅଧଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା। ସେଠାରେ ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରି ଜଙ୍ଗଲରେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପେରସନ କରୁଥିବା ସମୟରେ ଜଣେ ନକ୍ସଲ ଶବକୁ ଜବତ କରାଯାଇଛି। ଏବେ ବି ଯବାନ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com