Featuredଜାତୀୟ

ଦିଲ୍ଲୀରେ ବିଏସ୍‌-୬କୁ ଛାଡ଼ି ଗଡ଼ିବନି ଅନ୍ୟ ଡ଼ିଜେଲ ଗାଡ଼ି

ଦିଲ୍ଲୀରେ କ୍ରମାଗତ ଭାବେ ବଢିବାରେ ଲାଗିଛି ପ୍ରଦୂଷଣର ମାତ୍ରା । ଫଳରେ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟବସ୍ଥା ସହ ଦୈନନ୍ଦିନ କାର୍ଯ୍ୟଧାରା ମଧ୍ୟ ପ୍ରଭାବିତ ହେଉଛି । ବଢୁଥିବା ପ୍ରଦୂଷଣକୁ ନଜରରେ ରଖି ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ କଟକଣା ଲାଗୁ କରୁଛନ୍ତି । ଏହା ମଧ୍ୟରେ ପ୍ରଦୂଷଣ ହ୍ରାସ କରିବାକୁ ଦିଲ୍ଲୀ ପରିବହନ ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛି । ଦିଲ୍ଲୀ ସୀମାରେ ବିଏସ୍-୬ ଡିଜେଲ ଗାଡ଼ିକୁ ଛାଡ଼ି ଅନ୍ୟ ସମସ୍ତ ଡିଜେଲ ଗାଡ଼ି ଚାଲିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ବିଏସ-୬ ଠାରୁ କମ୍ ମାନର ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଲେ ୨୦ ହଜାର ଟଙ୍କା ଫାଇନ୍ ଲାଗିବ ବୋଲି ସୂଚିତ କରାଯାଇଛି । ପରିବହନ ବିଭାଗରୁ ପ୍ରାୟ ପାଞ୍ଚ ଲକ୍ଷରୁ ଅଧିକ ବିଏସ-୬ ଠାରୁ କମ୍ ମାନର ଡିଜେଲ ଗାଡ଼ି ବ୍ୟବହାର କରୁଥିବା ମାଲିକମାନଙ୍କୁ ମେସେଜ୍ ପଠାଯାଇଛି । ବିଷ ବଳୟରୁ ମୁକ୍ତି ପାଇବା ପାଇଁ ଦିଲ୍ଲୀ ସୀମାରେ ଚାଲୁଥିବା ସମସ୍ତ ବିଏସ୍-୬ ଠାରୁ କମ୍ ମାନର ଡିଜେଲ ଗାଡ଼ିକୁ ବ୍ୟାନ କରାଯାଇଛି। ବାୟୁ ପ୍ରଦୁଷଣ ହ୍ରାସ କରିବାକୁ ଦିଲ୍ଲୀ ସରକାର ଗ୍ରୁପ-୪ ଲାଗୁ କରିଛନ୍ତି। ଏଥିରେ ପ୍ରଦୁଷଣ ବଢାଉଥିବା କାରଖାନା ଠାରୁ ଆରମ୍ଭ କରି ଧୂଆଁ ନିର୍ଗତ ହେଉଥିବା ଜେନେରେଟର ଆଦିକୁ ବନ୍ଦ କରାଯାଇଛି । ଏଥିରେ ରାଜ୍ୟର ଆର୍ଥିକ ସ୍ଥିତି ପ୍ରଭାବିତ ହେଉଥିଲେ ମଧ୍ୟ ଲୋକଙ୍କ ଜୀବନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଅନ୍ୟପଟେ ସରକାରଙ୍କ ଦ୍ବାରା ଚାଲୁଥିବା ଯାନବାହନକୁ ବ୍ୟବହାର କରିବାକୁ ଲୋକଙ୍କୁ ଅନୁରୋଧ କରିଛି ପରିବହନ ବିଭାଗ ।

Related Articles

Back to top button
WP Twitter Auto Publish Powered By : XYZScripts.com