ଓଡ଼ିଶା

ଦୁବାଇ ପହଞ୍ଚିଲେ ନବୀନ , ନିବେଶ ପାଇଁ ପୁଞ୍ଜିପତିଙ୍କ ସହ ଆଲୋଚନା

ରୋମ୍‍ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇରେ ପହଞ୍ଚିଛନ୍ତି । ରାଜ୍ୟ ଓ ଦେଶର ବହୁ ନିବେଶକଙ୍କ ସହ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ବହୁ ଶିଳ୍ପ ସଂସ୍ଥାର ମୁଖ୍ୟମାନଙ୍କ ସହ ଆଲୋଚନା ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । କୋଭିଡ୍‍ ସମୟରେ ଓଡ଼ିଶାରେ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାର ବିଭିନ୍ନ ନିବେଶ ହୋଇ ପାରିଥିଲା। ଏହି ନିବେଶ ରାଜ୍ୟକୁ ଆର୍ଥିକ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାବେଳେ ଲକ୍ଷଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ଶିଳ୍ପାୟନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ନିବେଶକ ସମ୍ମେଳନ ଏହି ଦୃଷ୍ଟିରୁ ବହୁ ଗୁରୁତ୍ୱବହନ କରୁଛି । ଶିଳ୍ପ ସ୍ଥାପନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଏକକ ବାତାୟନ ବ୍ୟବସ୍ଥା, ଜମି ଯୋଗାଣ ନିମନ୍ତେ ସ୍ୱତନ୍ତ୍ର ନୀତି, ବିଦ୍ୟୁତ୍‍ ଓ ଜଳ ଯୋଗାଣ ନିମନ୍ତେ ସରଳ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ଅବଗତ କରିବେ। ଏହା ସହ ଓଡ଼ିଶାରେ ନିବେଶ ନିମନ୍ତେ ବିଦେଶୀ ଶିଳ୍ପପତି, ପ୍ରବାସୀ ଓଡ଼ିଆ ଓ ଦେଶର ବିଭିନ୍ନ ଶିଳ୍ପ ସଂସ୍ଥାକୁ ନିମନ୍ତ୍ରଣ କରିବେ ବୋଲି ସୂଚନା ମିଳିଛି । ଦୁବାଇର ଓବରୟ ହୋଟେଲଠାରେ ଅନୁଷ୍ଠିତ ଏହି ସମାବେଶରେ ବିଦ୍ୟୁତ୍‍, ରିଫାଇନାରୀ, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ୍‍ ଶିଳ୍ପ ସହ ରିୟଲ ଇଷ୍ଟେଟ୍‍, ରାସାୟନିକ ଶିଳ୍ପ, ଇସ୍ପାତ ଓ ଆନୁଷଙ୍ଗିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ସେବା ଆଦି କ୍ଷେତ୍ରରେ ବିଭିନ୍ନ ନିବେଶକମାନଙ୍କ ସହ ଆଲୋଚନା ହେବ । ଦେଶ ବିଦେଶର ନିବେଶକଙ୍କ ସହ ଓଡ଼ିଶାର ଏକ ଶିଳ୍ପ ପ୍ରତିନିଧିଦଳ ମଧ୍ୟ ଏହି ସମ୍ମେଳନରେ ଯୋଗ ଦେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com