Featuredଓଡ଼ିଶା

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ : ଚିହ୍ନଟ କର ନକଲି ଡାକ୍ତର

କଟକ: ଶିକ୍ଷାଗତ ଯୋଗ୍ୟତା ନଥାଇ ଉପାନ୍ତ ଅଞ୍ଚଳରେ ଜାଲ ଡାକ୍ତରଙ୍କ ପ୍ରାଦୃଭାବ ରହୁଥିବା ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତର ସହ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଆଜି ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଗତ ୨୦୨୨, ଡିସେମ୍ବର ୨୧ର ନିର୍ଦ୍ଦେଶ ପାଳନ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ପ୍ରଦତ ସତ୍ୟପାଠରେ ସବୁ ଡାକ୍ତରଙ୍କ ସାର୍ଟିଫିକେଟ ଯାଞ୍ଚ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏଥିପାଇଁ ପ୍ରତି ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଆଦେଶ ଦିଆଯାଇଛି ବୋଲି ଦର୍ଶାଯାଇଥିଲା । ତେବେ କୋର୍ଟଙ୍କୁ ଏ ସମ୍ପର୍କରେ ତଥ୍ୟ ଦିଆଯାଇନଥିବାରୁ ହାଇକୋର୍ଟ ବିଭାଗ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଆସନ୍ତା ଫେବ୍ରୟାରୀ ୨୦ ସୁଦ୍ଧା ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରି ଶେଷ କରିବା ନେଇ କଣ ସମୟ ରହିବ ଏହି ମର୍ମରେ ଅତିରିକ୍ତ ସାନି ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com