ବାଣିଜ୍ୟ

କୃଷି ଋଣ ପାଇଁ ନୂଆ ପୋର୍ଟାଲ ”ସଫଳ”

ଭୁବନେଶ୍ୱର, ୨୬/୧୦/୨୦୨୨ –   ଅର୍ଥ ଅଭାବରୁ ରାଜ୍ୟର କେହି ଚାଷୀ ଆଉ ଅସୁବିଧାରେ ପଡିବେ ନାହିଁ । ହାତ ପାହାନ୍ତାରେ ଉପଲବ୍ଧ ହେବ ବ୍ୟାଙ୍କ ଋଣ । କେବଳ ସରକାରୀ ପୋର୍ଟାଲକୁ ଯାଇ କ୍ଲିକ୍ କଲେ ଋଣ ପାଇବାକୁ ଥିବ। ଜଟିଳତାରୁ ମୁକ୍ତ ହୋଇ ଚାଷୀ ସହଜରେ ଟଙ୍କା ପାଇପାରିବେ । ରାଜ୍ୟରେ ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଓଡିଶା ସରକାର ଏକ ସ୍ୱତନ୍ତ୍ର ପୋର୍ଟଲ ଆଣିଛନ୍ତି ।

ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୋର୍ଟାଲର ଶୁଭାରମ୍ଭ କରିବେ । କୃଷି ଓ କୃଷକକୁ ଅଧିକ ସମୃଦ୍ଧ କରିବାକୁ ”ସଫଳ” ନାମରେ ଏହି ଯୋଜନା ଆରମ୍ଭ ହୋଇଛି । ପୂର୍ବରୁ ସାର, ବିହନ, କୀଟ ନାଶକ, ଆଦି ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଥିଲା । ଆଜି ଠାରୁ ଋଣ ବ୍ୟବସ୍ଥାକୁ ଆହୁରି ସରଳ ଓ ସହଜ କରାଯାଇଛିି । WWW.safal.odisha.gov.in ରେ ଚାଷୀ ଋଣ ପାଇଁ ସହଜରେ ଆବେଦନ କରିପାରିବେ ।

ଏହି ପୋର୍ଟାଲ କୃଷକ ଓଡ଼ିଶା ଡାଟାବେଶ ସହ ସଂଯୁକ୍ତ କରାଯାଇଛି । ୪୦ରୁ ଅଧିକ ବ୍ୟାଙ୍କ ଏଥିରେ ଯୋଡିହେବା ସହ ୩ ଶହରୁ ଅଧିକ ପ୍ରକାରର କୃଷି ଋଣ ପାଇଁ ଏହି ପୋର୍ଟାଲ ଜରିଆରେ ଆବେଦନ କରିହବେ । ସେହିଭଳି ୭୦ରୁ ଅଧିକ ମଡେଲର ପ୍ରକଳ୍ପ ରିପୋର୍ଟ ଅନଲାଇନ ଜରିଆରେ ଆବେଦନ କରିହେବ । ଋଣ ଦରଖାସ୍ତ ସ୍ଥିତି ଯାଞ୍ଚ ସୁବିଧା ବି ଏହି ପୋର୍ଟାଲରେ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com