ଅନ୍ତର୍ଜାତୀୟଓଡ଼ିଶାଜାତୀୟ

ବିଜୁଙ୍କ ପ୍ରିୟ ଡାକୋଟା ଆସିବ ଓଡିଶା

ଭୁବନେଶ୍ୱର, ୨୦/୧୦/୨୦୨୨-  ବିଜୁଙ୍କ ବାହାନ ଡାକୋଟା ଆସିବ ଓଡିଶା । ୫ ବର୍ଷର ପ୍ରୟାସ ହେବାକୁ ଯାଉଛି ସଫଳ । ଭାରତୀୟ ବିମାନ ପ୍ରାଧିକରଣ ଦେଲେ ଅନୁମତି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅତି ପ୍ରିୟ ଡାକୋଟାକୁ ଏବେ ଓଡିଶାର ଉତ୍ତର ପିଢି ସ୍ୱଚକ୍ଷୁରେ ଦେଖିବେ ।  ମନେ ପକାଇବେ ଅତୀତର ଗାରିମା ଏବଂ ବିଜୁଙ୍କ ସାହାସିକତାକୁ । ଅନେକ ସ୍ମରଣୀୟ ଇତିହାସର ସାକ୍ଷୀ ଏବଂ ଗୌରବ ସାଜିଥିବା ଏହି ବିମାନକୁ ଆଣିବାକୁ ସମସ୍ତ ପ୍ରକ୍ରିୟା ସରିଛି । ଭୁବନେଶ୍ୱର ବିମାନବନ୍ଦରରେ ରହିବ ବିଜୁବାବୁଙ୍କ ଡାକୋଟା ବିମାନ । ବିମାନ ବନ୍ଦରର ୧.୧ ଏକର ଜମିରେ ଏହି ବିମାନ ରହିବ । ଡାକୋଟାର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ମିଳିଛି ଅନୁମତି । ରାଜ୍ୟ ସରକାର ଡାକୋଟାର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣର ସମସ୍ତ ଖର୍ଚ୍ଚ ବହନ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com