ଅନ୍ତର୍ଜାତୀୟଜାତୀୟ

ତୈଳ ଡିପୋରେ ଭୟଙ୍କର ବିସ୍ଫୋରଣ, ୧୦୦ ମୃତ

ଅବୁଜା() ନାଇଜେରିଆର ରିଭର୍ସ ଷ୍ଟେଟରେ ଶନିବାର ଏକ ବେଆଇନ ତୈଳ ବିଶୋଧନ ଡିପୋରେ ବିସ୍ଫୋରଣ ଘଟିଛି । ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ବେଳେ ବହୁ ଲୋକ ଆହତ ହୋଇଛନ୍ତି ।

ପେଟ୍ରୋଲିୟମ ରିସୋର୍ସ କମିଶନର ଗୁଡଲକ ଓପିଆଙ୍କ ସୂଚନା ଅନୁଯାୟୀ ଲୋକମାନେ ଏଭଳି ଭାବେ ଜଳିଯାଇଛନ୍ତି ଯେ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡିଛି । ସେହିଭଳି ଏଠାରୁ ତେଲ ନେବାକୁ ଆସିଥିବା ଅନେକ ଯାନବାହନ ପୋଡି ନଷ୍ଟ ହୋଇଯାଇଛି । ପ୍ରଥମେ ଗୋଟିଏ ଡିପୋରେ ନିଆଁ ଲାଗିଥିଲା ଏବଂ ପରେ ଅନ୍ୟ ଏକ ଡିପୋକୁ ବ୍ୟାପି ଯାଇଥିଲା । ତେବେ ନିଆଁ କିଭଳି ଲାଗିଲା ତାହା ଜଣାପଡିନାହିଁ ।

ନାଇଜେରିଆରେ ଆଫ୍ରିକା ମହାଦେଶର ସବୁଠାରୁ ଅଧିକ ତୈଳ ଉତ୍ପାଦନ ହେଉଛି । କିନ୍ତୁ ବେକାର ସମସ୍ୟା ଯୋଗୁ ଏଠାକାର ଲୋକମାନେ ବଡବଡ କମ୍ପାନିର ପାଇପ ଲାଇନରୁ ଅଶୋଧିତ ତେଲ ଚୋରି କରୁଛନ୍ତି ଏବଂ ତାକୁ ବେଆଇନ ଭାବେ ବିଶୋଧନ କରୁଛନ୍ତି । ଯାହାକି ବେଳେବେଳେ ଏଭଳି ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନି ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com