Featuredଅନ୍ତର୍ଜାତୀୟ

ସମୁଦ୍ରରେ ଦୌଡିବ ମାଛ ଆକୃତି ସହର ! ରହିପାରିବେ ୭ ହଜାର ଲୋକ

ଭୁବନେଶ୍ୱର: ବିଶ୍ୱର ଜନସଂଖ୍ୟା ୮ ବିଲିୟନ ଅତିକ୍ରମ କରିଛି । ଭୂମିରେ ରହିବା ସ୍ଥାନ ଏବେ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ମଣିଷ ବର୍ତ୍ତମାନ ଭାସମାନ ସହରରେ ରହିବାକୁ ଚିନ୍ତା କରୁଛି ।

ଏଭଳି ଏକ ସହରର କଳ୍ପନା କରିଛନ୍ତି ଫ୍ରାନ୍ସର ଆର୍କେଟେକ ଜ୍ୟାକ୍ ରୁଗେରି । ସାମୁଦ୍ରିକ ମାଛ ଭଳି ଦେଖାଯାଉଥିବା ଏକ ସହର ନିର୍ମାଣ ନେଇ ପରିକଳ୍ପନା କରିଛନ୍ତି । ଯେଉଁଥିରେ ହଜାର ହଜାର ଲୋକ ବାସ କରିପାରିବେ। କିନ୍ତୁ ଯଦି ଆପଣ ଏହାର ଚିତ୍ର ଦେଖନ୍ତି, ତେବେ ଏହା ଏକ କାଳ୍ପନିକ ଚଳଚ୍ଚିତ୍ରର ସହର ପରି ଦେଖିବାକୁ ମିଳିବ। ଏହି ସହରରେ ୭୦୦୦ ଲୋକ ବାସ କରିପାରିବେ।

ଯେହେତୁ ଏହା ସମୁଦ୍ରର ତରଙ୍ଗରେ ଗତି କରିବ, ବିଜ୍ଞାନ ଉପରେ ଗବେଷଣା ଏବଂ ଅନୁସନ୍ଧାନ ମଧ୍ୟ ଏଠାରେ କରାଯାଇପାରିବ । ୱାଟର ଡଟ୍ କମ୍ ସହିତ ଏକ ସାକ୍ଷାତକାରରେ ଫ୍ରାନ୍ସର ଆର୍କେଟେକ ଜ୍ୟାକ୍ ରୁଗେରି କହିଛନ୍ତି ଯେ ସେ ମେଣ୍ଟା ରାଇର ଡିଜାଇନ୍କୁ ମେରାଇନ୍ ସିଟିକୁ ଦେଇଛନ୍ତି। ସେହି ଲୋକମାନଙ୍କ ପାଇଁ ଏହା ମଧ୍ୟ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଛି ଯେଉଁମାନେ ସମୁଦ୍ରର ଗଭୀର ରହସ୍ୟକୁ ଅଧୟନ କରି ବିଶ୍ୱକୁ ଜଣେଇବାକୁ ଚାହୁଁଛନ୍ତି। ଫଳରେ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସିବେ । ଏହା ବ୍ୟତୀତ ମିଳିତ ଜାତିସଂଘ ଦ୍ୱାରା ସ୍ଥିର କରାଯାଇଥିବା ମାନଦଣ୍ଡ ଅନୁଯାୟୀ ଏହା ନିର୍ମାଣ ହେବ।

ଏହି ସହର ସମୁଦ୍ର ତଳେ ରହିବ। ଯାହାଦ୍ୱାରା ସମୁଦ୍ର ଜଗତକୁ ଜାଣିବା ଏବଂ ବୁଝିବାର ସୁଯୋଗ ମିଳିବ ।

ଏହି ସହରର ଲମ୍ବ ୯୦୦ ମିଟର ଏବଂ ପ୍ରସ୍ଥ ୫୦୦ ମିଟର ହେବ। ଗୋଟିଏ ଅଂଶରେ ୯୦ ମିଟର ଲମ୍ବର ବୁଡ଼ାଜାହାଜ ରହିବ, ଯାହା ଅନୁସନ୍ଧାନ ପାଇଁ ବ୍ୟବହୃତ ହେବ ।

କ୍ରୀଡା ଜୋନ୍, ଲ୍ୟାବ୍, କ୍ଲାସ୍ ବ୍ୟତୀତ ଏକ ବଡ଼ ବକ୍ତୃତା ହଲ୍ ମଧ୍ୟ ରହିବ।

ଏଥିରେ ସାମୁଦ୍ରିକ ଶକ୍ତି ବ୍ୟବହାର କରାଯିବ । ଏହା ୨୦୫୦ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରେ ।

ଏଭଳି ସହର ନିର୍ମାଣ କରିବାର କଳ୍ପନା ୧୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା।

ଏଭଳି ସମାନ ଆଇଡ଼ିଆ ମାଲଦ୍ୱୀପ ମଧ୍ୟ ଚାଲୁଛି, ଯେଉଁଥିରେ ୫୦୦୦ ଘର ବିଶିଷ୍ଟ ଏକ ସହର ନିର୍ମାଣ ହେବ। ଏଥିରେ ୨୦ ହଜାର ଲୋକ ବାସ କରିପାରିବେ । ଏଠାରେ ସମସ୍ତ ଜିନିଷ ବ୍ରିଜ ମାଧ୍ୟମରେ ସଂଯୋଗ ହେବ।

 

Related Articles

Back to top button
WP Twitter Auto Publish Powered By : XYZScripts.com