ଓଡ଼ିଶା

ଭୁବନେଶ୍ୱର ଏମ୍ସର ୨୫୦ ଡାକ୍ତର-କର୍ମଚାରୀ କୋଭିଡ୍ ପଜିଟିଭ୍, କାଲିଠାରୁ ବନ୍ଦ ହେବ ଓପିଡି ସେବା

ଭୁବନେଶ୍ୱର() ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ୨୫୦ ଜଣ ଡାକ୍ତର ଏବଂ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ବହୁ ସଂଖ୍ୟକ ଡାକ୍ତର ଏବଂ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ସୋମବାର ଠାରୁ ଓପିଡି ସେବା ବନ୍ଦ କରିବାକୁ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି। ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୧୧,୧୭୭ ନୂଆ ମାମଲା ଚିହ୍ନଟ ହୋଇଛି।

ସ୍ୱାସ୍ଥ୍ୟ କର୍ମୀ ଏବଂ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଜାନୁଆରୀ ୧୭ ରୁ ଏମ୍ସ ହସ୍ପିଟାଲରେ ସମସ୍ତ ସ୍ୱତନ୍ତ୍ର ତଥା ସୁପର ସ୍ପେସିଆଲିଟି ବିଭାଗର ୱାକ-ଇନ୍ ଓପିଡି ସେବାକୁ ସାମୟିକ ଭାବରେ ବନ୍ଦ ରହିବା ନେଇ ସୂଚନା ମିଳିଛି । ଏମ୍ସ ଭୁବନେଶ୍ୱରର ମେଡିକାଲ୍ ଅଧୀକ୍ଷକ ପ୍ରଫେସର ଡା. ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ଅନୁଷ୍ଠାନର ୨୫୦ ରୁ ଅଧିକ କର୍ମଚାରୀ ଏବଂ ଛାତ୍ର କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ବର୍ତ୍ତମାନ ଏମ୍ସରେ କେବଳ ଜରୁରୀକାଳୀନ ସେବା ଯେପରିକି ଡେ କେୟାର୍, ରେଡିଓଥେରାପୀ, ଡାଇଲିସିସ୍, ଟ୍ରମା ଓ ଏମର୍ଜେନ୍ସି, ଲାଇଫ୍ ସେଭିଂ ସର୍ଜରୀ, ଟେଲି ମେଡିସିନ୍ ସେବା, ଆଇପିଡି ସେବା, ଟିକାକରଣ ଇତ୍ୟାଦି ସେବା ଜାରି ରହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com