ଅନ୍ତର୍ଜାତୀୟଜାତୀୟ

ଚୀନ ଔଷଧକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି , ପାଞ୍ଚ ବର୍ଷ ପାଇଁ ଆଣ୍ଟି-ଡମ୍ପିଂ ଡ୍ୟୁଟି ଲାଗୁ

ଚୀନ ଔଷଧକୁ ନେଇ ଭାରତ ସରକାରଙ୍କ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ଘରୋଇ ଔଷଧ କମ୍ପାନୀଙ୍କ ହିତକୁ ଦେଖି, ବିଭିନ୍ନ ପ୍ରକାର ସଂକ୍ରମଣର ଉପଚାର ପାଇଁ ବ୍ୟବହୃତ ହେଉଥିବା ଚୀନ ନିର୍ମିତ ଆଣ୍ଟିବାୟୋଟିକ୍ ଔଷଧ ଓଫ୍ଲାକ୍ସାସିନ ଉପରେ ପାଞ୍ଚ ବର୍ଷ ପାଇଁ ଆଣ୍ଟି-ଡମ୍ପିଂ ଡ୍ୟୁଟି ଲାଗୁ କରିବାକୁ ସୁପାରିଶ କରିଛନ୍ତି । ଏକ ଭାରତୀୟ ଡ୍ରଗ୍ସ କମ୍ପାନୀ ଚୀନ ଦ୍ୱାରା ଡମ୍ପିଂ ମୂଲ୍ୟରେ ଔଷଧ ପଠାଯାଉଥିବା ନେଇ ଅଭିଯୋଗ କରିଥିଲା । ବାଣିଜ୍ୟ ପ୍ରତିକାର ମହାନିର୍ଦ୍ଦେଶକ (DGTR) ଯାଞ୍ଚରୁ ଜାଣିବାକୁ ପାଇଛି ଯେ ଚାଇନାରୁ ଏହି ଔଷଧଗୁଡ଼ିକୁ ଡମ୍ପିଂ ମୂଲ୍ୟରେ ଭାରତକୁ ପଠାଯାଉଛି, ଯାହାଦ୍ୱାରା ଘରୋଇ ଶିଳ୍ପ ଉପରେ ପ୍ରଭାବ ପଡ଼ୁଛି । ତେଣୁ ଏହି ଉତ୍ପାଦ ଉପରେ ୫ ବର୍ଷ ପାଇଁ ଆଣ୍ଟି-ଡମ୍ପିଂ ଡ୍ୟୁଟି ଲାଗୁ କରିବାକୁ କର୍ତ୍ତୃପକ୍ଷ ସୁପାରିଶ କରିଛନ୍ତି । ଏହା ପରେ ଡିଜିଟିଆର ଏହି ଘଟଣାରେ ବିସ୍ତୃତ ଅନୁସନ୍ଧାନ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com