ସ୍ୱାସ୍ଥ୍ୟ

ଗର୍ଭାଶୟ କର୍କଟ ରୋଗ ପାଇଁ ଆସିଲା ପ୍ରଥମ ସ୍ୱଦେଶୀ ଟିକା

ନୂଆଦିଲ୍ଲୀ, ୦୧/୦୯/୨୦୨୨-   ଆଉ ରହିବନି ଗର୍ଭାଶୟ କର୍କଟ ରୋଗ ପାଇଁ ଡର । କାରଣ ଏହାର ମୂଳୋତ୍ପାଟନ ପାଇଁ ଆସିଛି ପ୍ରଥମ ସ୍ୱଦେଶୀ ଟିକା । ଗୁରୁବାର ଏହାକୁ ଲଞ୍ଚ କରାଯାଇଛି । ଏହା ହେଉଛି ପ୍ରଥମ କ୍ୱାଡ୍ରିବେଲେଣ୍ଟ ହ୍ୟୁମାନ ପୈପିଲୋମାୱାୟସ୍ ଭ୍ୟାକ୍ସିନ୍ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସମେତ ସିରମ୍ ଇନଷ୍ଟିଚ୍ୟୁଟ ବାୟୋଟେକ୍ନୋଲୋଜିର ବରିଷ୍ଠ ଅଧିକାରୀ ଓ ଚିକିତ୍ସକମାନେ ଏହାର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ ପ୍ରତିବର୍ଷ ୧.୨୩ ଲକ୍ଷ ଗର୍ଭାଶୟ କର୍କଟ ରୋଗୀ  ଭାରତରେ  ଚିହ୍ନଟ ହେଉଛନ୍ତି । ଏଥିରେ ପ୍ରାୟ ୬୭ ହଜାର ମହିଳା ମୃତ୍ୟୁମୁଖରେ ପଡୁଛନ୍ତି । ଗର୍ଭାଶୟ କର୍କଟ ରୋଗରେ ଭାରତ ବିଶ୍ୱରେ ପଞ୍ଚମ ସ୍ଥାନରେ ରହିଥିବାବେଳେ ୧୫ ରୁ ୪୪ ବର୍ଷ ବୟସର ମହିଳାଙ୍କ କ୍ଷେତ୍ରରେ ଏହା ଦେଖାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com