କ୍ରୀଡ଼ା

ଭାରତୀୟ ଟିମ୍ ଘୋଷଣା

ଡିସେମ୍ବର ୮ ରୁ ସଂଯୁକ୍ତ ଆରବ ଏମିରେଟରେ ଖେଳାଯିବାକୁ ଥିବା ଏସିସି ପୁରୁଷ ୧୯ ବର୍ଷରୁ କମ୍ ଏସିଆ କପ୍‌ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି। ପଞ୍ଜାବର ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍ ଉଦୟ ସାହାରନ୍ ଡିଫେଣ୍ଡିଂ ଚାମ୍ପିଅନ୍ ଇଣ୍ଡିଆର ନେତୃତ୍ୱ ନେବେ।

୧୯ ବର୍ଷୀୟ କ୍ରିକେଟର ସାହାରନ କିଛି ସମୟ ହେବ ଚୟନକର୍ତ୍ତାଙ୍କ ରାଡାରରେ ଥିଲେ ଏବଂ ଗତ ବର୍ଷ ୧୯ ବର୍ଷରୁ କମ୍ ବିଶ୍ୱକପ ସମୟରେ ଭାରତୀୟ ଖେଳାଳି କରୋନାରେ ଆକ୍ରାନ୍ତ ହେବା ପରେ ସେ ବ୍ୟାକଅପ୍ ଖେଳାଳି ଭାବରେ ଦଳରେ ସାମିଲ ହୋଇଥିଲେ।

Related Articles

Back to top button