ଜୀବନଶୈଳୀ

PDSରେ ଦିଆଯାଉଥିବା ଚାଉଳ ଭିଟାମିନ ଯୁକ୍ତ : ଅତନୁ

ଭୁବନେଶ୍ୱର, ୦୧/୦୩/୨୦୨୩ –    PDSରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ଖବର ଏକ ଗୁଜବ । ଏହା ଭିଟାମିନ ଯୁକ୍ତ ଚାଉଳ । ଏହି ଚାଉଳ କେନ୍ଦ୍ର ସରକାରଙ୍କ ଅଧିକୃତ ପରୀକ୍ଷାଗାରରେ ଟେଷ୍ଟ କରାଯାଉଛି । ତା’ପରେ ଯାଇ PDSରେ ଦିଆଯାଉଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ପ୍ରଥମେ ମାଲକାନଗିରି ଜିଲ୍ଲାରେ ପାଇଲାଟ ବେସିସରେ ଦିଆଯାଇଥିଲା । ସେ ସମୟରେ ମଧ୍ୟ ଏହି ଚାଉଳ ନେଇ ଏହି ଭଳି ଗୁଜବ ଧାରଣା ସୃଷ୍ଟି ହୋଇଥିଲା । କିନ୍ତୁ ସଚେତନତା ପରେ ଏହା ଭିଟାମିନ ଯୁକ୍ତ ଚାଉଳ ବୋଲି ଲୋକେ ଜାଣି ପାରିଲେ । ଏକ କୁଇଣ୍ଟାଲ ଚାଉଳରେ ଏକ କିଲୋ ଭିଟାମିନ ମିଶା ଯାଉଛି । ଚଳିତ ଫେବୃଆରୀରୁ ସବୁ ଜିଲ୍ଲାରେ ଏହି ଭିଟାମିନ ଯୁକ୍ତ ଚାଉଳ ଦିଆଯାଉଛି । ବର୍ତ୍ତମାନ ଯେଉଁ ଜିଲ୍ଲାରେ ଏହି ଗୁଜବ ଉଠିଛି, ସେଠି ପ୍ରଶାସନ ସଚେତନ କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com