ଅନ୍ୟାନ୍ୟ

ରାଜା ଘରେ ରକ୍ତର ଛିଟା, ମା’କୁ ହାଣିଲା ପୁଅ

କଟକ () ଯେଉଁ ମା’କୋଳେଇ କାଖେଇ ବଡ଼ କରିଥିଲା। ନିଜ ପଣତ କାନିରେ ମୁହଁ ପୋଛି ଦେଉଥିଲା। ସେହି ମା’କୁ  ହତ୍ୟା  କଲା ପିଶାଚ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି  କଟକ ତୁଳସୀପୁର ଶ୍ରୀ ବିହାର କଲୋନୀରେ। ମୃତ ମହିଳା ଜଣଙ୍କ ହେଲେ ପରେଶ୍ କୁମାରୀ ଭଞ୍ଜଦେଓ। ତାଙ୍କୁ ୭୪ ବର୍ଷ ହୋଇଥିଲା। ପରେଶ୍ କୁମାରୀ କନିକା ରାଜାଙ୍କ ନାତୁଣୀ ବୋହୂ ଥିଲେ।  ବିଡାନାସୀ ପୁଲିସ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ କୌଣସି କଥାକୁ ନେଇ ମା’ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପୁଅ ଉତକ୍ଷିପ୍ତ ହୋଇ ଘରୁ କଟୁରି ଆଣି ପରେଶ୍ କୁମାରୀଙ୍କୁ  ବୀଭତ୍ସ ଭାବରେ ହାଣି ହତ୍ୟା କରିଥିଲେ। ପରେ ପରେଶଙ୍କ ଝିଅ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ  କାବୁ କରିଥିଲା। ପୁଲିସ ଓ ସାଈଣ୍ଟିଫିକ ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି।

ଅଭିଯୁକ୍ତ ପୁଅ ମାନସିକ ବିକୃତି ଥିବା ଜଣାପଡ଼ିଛି।

ମୃତ ମହିଳାଙ୍କ ଝିଅ ଜୟନ୍ତୀ ସାମନ୍ତରାୟ କହିଛନ୍ତି,  ମା’ ତଳ ମହଲାରେ  ଭାଇ ସହ ରହୁଥିଲା। ମୁଁ ଉପର ମହଲାରେ ରହୁଥିଲି। ଭାଇ ତଣ୍ଟିଚିପି ମାରିବାକୁ  ଚେଷ୍ଟା କରୁଛି ବୋଲି ମୋତେ କିଛି  ଦିନ ତଳେ ମା’ କହିଥିଲା। ଗତ ଶନିବାର  ମା’ ମୋ ପାଖରେ ଆସି ରହିଥିଲା। ଆଜି ସକାଳେ ଭାଇ ଉପର ମହଲାକୁ ଆସି ମା’କୁ ହତ୍ୟା କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com