ଜାତୀୟମନୋରଞ୍ଜନ

O Antawa… ଗୀତରେ ଅକ୍ଷୟ-ସାମନ୍ଥାଙ୍କ ଧମାକାଦାର ଡ୍ୟାନ୍ସ, ଦେଖନ୍ତୁ ଏହି ସିଜିଲିଂ କେମେଷ୍ଟ୍ରୀ

ମୁମ୍ବାଇ: କରଣ ଜୋହରଙ୍କ ପପୁଲାର ଚିଟ୍‌-ଚାଟ୍‌ ଶୋ’ କଫି୍‌ ୱିଥ୍‌ କରଣ୍ ଖୁବ୍‌ ଚର୍ଚ୍ଚାରେ ।  ଗୋଟିଏ ପରେ ଗୋଟିଏ ଏହାର ଏପିସୋଡ୍‌ କମାଲ୍‌ କରୁଛି । ପ୍ରଥମ ଦିନରେ ପ୍ରଥମ ଏପିସୋଡ୍‌ ରେକର୍ଡ ଭାଙ୍ଗିଥିଲା । ଯେଉଁଥିରେ ନଜର ଆସିଥିଲେ ଆଲିଆ ଭଟ୍ଟ ଏବଂ ରଣବୀର ସିଂ । ଦ୍ବିତୀୟ ଏପିସୋଡ୍‌ରେ ଜାହ୍ନବୀ ସହ ସାରାଙ୍କ ମସ୍ତି ଦେଖିବାକୁ ମିଳିଥିଲା । ହେଲେ ବର୍ତ୍ତମାନ ତୃତୀୟ ଏପିସୋଡ୍‌ ଆସିବାକୁ ଯାଉଛି। ତାହା ଫୁଲ୍‌ ଧମାଲ୍‌ କରିବ ବୋଲି ଗ୍ୟାରେଣ୍ଟି ଦିଆଯାଉଛି। କାହିଁକି ନା ଏଥର ଏଭଳି ଷ୍ଟାରଙ୍କୁ ଦେଖିବାକୁ ମିଳିବ, ଯାହାର କନଭରସେସନ ଶୁଣିବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

 

View this post on Instagram

 

A post shared by Instant Bollywood (@instantbollywood)

ତେବେ ଏହି ଶୋ’ର ତୃତୀୟ ଏପିସୋଡ୍‌ରେ ଆସୁଛନ୍ତି ବକ୍ସ ଅଫିସ୍‌ରେ ଧମାଲ୍‌ କରିଥିବା ଅଭିନେତ୍ରୀ ସାମନ୍ଥା ଏବଂ ଅକ୍ଷୟ କୁମାର । ଏହାର ଏକ ପ୍ରୋମୋ ସୋସିଆଲ୍‌ ମିଡିଆରେ ସେୟାର କରାଯାଇଛି। ଯେଉଁଥିରେ ଦୁହେଁ ଓଃ ଅଣ୍ଟାୱାମା.. ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଅକ୍ଷୟ-ସାମନ୍ଥାଙ୍କ ଏହି ସିଜିଲିଂ କେମେଷ୍ଟ୍ରି ଦେଖି ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି ।

ଏହି ଏପିସୋଡ୍‌କୁ ଦେଖିବା ପାଇଁ ସଭିଏଁ ଖୁବ୍‌ ଏକ୍ସସାଇଟେଡ୍‌ ଅଛନ୍ତି । କାହିଁକି ନା ଏହି ଏପିସୋଡ୍‌ରେ ବୋଧ ହୁଏ ସାମନ୍ଥାଙ୍କ ଛାଡପତ୍ର ବିଷୟରେ କନଭରସେସନ୍‌ ଉଠିପାରେ। ଏହା ବ୍ୟତୀତ ଭିଡିଓକୁ ଦେଖି ସୋସିଆଲ ମିଡିଆରେ ପ୍ରଶଂସା କରାଯିବା ସହ ଯୋଡିକୁ ବହୁତ ପସନ୍ଦ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com