ଅନ୍ତର୍ଜାତୀୟଜାତୀୟ

ବାୟୁସେନାକୁ ନିର୍ଦ୍ଦେଶ ଦେଲେ ମୋଦୀ, ୟୁକ୍ରେନରୁ ଭାରତୀୟଙ୍କୁ ଆଣିବାକୁ ଯିବ ସି-୧୭ ଗ୍ଲୋବମାଷ୍ଟର ତୁରନ୍ତ କିଭ ଛାଡ, ୟୁକ୍ରେନରେ ଥିବା ଭାରତୀୟଙ୍କୁ ଅପିଲ କଲା ଦୂତାବାସ

ନୂଆଦିଲ୍ଲୀ() ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଅଭିଯାନକୁ ଜୋରଦାର କରିବାକୁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ‘ଅପରେସନ୍ ଗଙ୍ଗା’ରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ବାୟୁସେନା ବିମାନ ଏହି ମିଶନରେ ସାମିଲ ହେଲେ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହିତ ଭାରତରୁ ପଠାଯାଉଥିବା ରିଲିଫ୍ ସାମଗ୍ରୀ ମଧ୍ୟ ଶୀଘ୍ର ପହଞ୍ଚିବ | ଭାରତୀୟ ବାୟୁସେନାର ସି -୧୭ ବିମାନ ଆଜି ଅପରେସନ୍ ଗଙ୍ଗା ମିଶନ ଅଧୀନରେ ଉଡ଼ାଣ ଆରମ୍ଭ କରିବ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ସମେତ ୫ଟି ଦେଶ ଦେଇ ନାଗରିକମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି। ଏପର୍ଯ୍ୟନ୍ତ ୬ଟି ବିମାନ ଭାରତୀୟଙ୍କୁ ଆଣିଥିବାବେଳେ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବାୟୁସେନାକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକଙ୍କୁ ସି-୧୭ ଗ୍ଲୋବମାଷ୍ଟର ବିମାନ ମାଧ୍ୟମରେ ଭାରତକୁ ଅଣାଯିବ |

ସେହିପରି ୟୁକ୍ରେନରେ ବଢୁଥିବା ବିପଦକୁ ଦେଖି ଭାରତୀୟ ଦୂତାବାସ ତୁରନ୍ତ କିଭ ସହର ଛାଡିବାକୁ ଅପିଲ କରିଛି | ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଯେଉଁ ଭାରତୀୟମାନେ କିଭ ସହରରେ ଅଛନ୍ତି ତୁରନ୍ତ ସହର ଛାଡି ଚାଲିଯାଆନ୍ତୁ |

Related Articles

Back to top button
WP Twitter Auto Publish Powered By : XYZScripts.com