ଜାତୀୟ

ଗିରଫ ହେଲେ ହେମନ୍ତ ସୋରେନଙ୍କ ଘନିଷ୍ଠ ପ୍ରେମ୍ ପ୍ରକାଶ

ଝାଡଖଣ୍ଡରେ ବେଆଇନ ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରେମପ୍ରକାଶଙ୍କୁ ଗିରଫ କରିଛି । ଇଡି ମନିଲଣ୍ଡରି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଏହାପୂର୍ବରୁ ବୁଧବାର ତାଙ୍କ ଘରେ ରେଡ୍ ହୋଇଥିଲା । ଯେଉଁଥିରେ ଦୁଇଟି ଏକେ-୪୭ ରାଇଫଲ୍ ଜବତ କରାଯାଇଥିଲା । ତେବେ ପ୍ରେମଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ବୋଲି କୁହାଯାଏ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ଝାଡ଼ଖଣ୍ଡ ଅବୈଧ ଖନନ ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାର ତଦନ୍ତରେ ବୁଧବାର ୧୭ଟି ଠିକଣା ଉପରେ ଚଢଉ କରିଥିଲା । ଏହି ସବୁ ଚଢ଼ଉ ପ୍ରେମ ପ୍ରକାଶଙ୍କ ବିଭିନ୍ନ ଠିକଣା ଉପରେ ଚାଲିଥିବା ବେଳେ ଇଡିକୁ ୨ଟି ଏକେ-୪୭ ରାଇଫଲ ମିଳିଥିଲା। ପ୍ରେମପ୍ରକାଶ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ଅନ୍ୟତମ । ସୋରେନଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ର ଓ ବଚ୍ଚୁ ଯାଦବଙ୍କୁ ପଚରା ଉଚରା ପରେ ଇଡି ଏହି ଚଢ଼ଉ କରିଥିବା ବେଳେ ଏକେ-୪୭ ମିଳିବା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com