ଓଡ଼ିଶା

ଆହୁରି ଶୃଙ୍ଖଳିତ ହେବ ଜଗା ଦର୍ଶନ

ଆହୁରି ଶୃଙ୍ଖଳିତ ହେବ ଜଗା ଦର୍ଶନ। ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କୁ ମିଳିବ ସର୍ବୋତ୍ତମ ସୁବିଧା। ଟନେଲ ନୁହେଁ, ଭକ୍ତଙ୍କ ପାଇଁ ପୁରୀ ବଡ଼ଦାଣ୍ଡରେ ହେବ ସେଡ୍ ବ୍ୟବସ୍ଥା । ବର୍ଷ ତମାମ ସ୍ଥାୟୀ ସେଡ୍ ବ୍ୟବସ୍ଥା କରାଯିବ ।

ସେଡ୍‌ ମଧ୍ୟରେ ପାନୀୟଜଳ ଯୋଗାଣ ସହ ଏସି ଲଗାଯିବ ଓ ବସିବା ପାଇଁ କରାଯିବ ବ୍ୟବସ୍ଥା। ଏଥିପାଇଁ ଇଞ୍ଜିନିୟରିଂ ସଂସ୍ଥା ଦ୍ବାରା ପ୍ରସ୍ତାବିତ ଅଞ୍ଚଳରେ ମାପଚୁପ ସରିଛି । ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଦୁଇ ପାର୍ଶ୍ବରେ ସେଡ୍‌ ନିର୍ମାଣ କରାଯିବ। ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com