Featuredଅନ୍ତର୍ଜାତୀୟ

Zombie Drug’କୁ ନେଇ ଆମେରିକାରେ ଆତଙ୍କ

ନୂଆଦିଲ୍ଲୀ: ଜମ୍ବି ଡ୍ରଗସ ସେବନ କରିବା ପରେ ଲୋକଙ୍କର ଶରୀରରେ ଛିଦ୍ର ସୃଷ୍ଟି ହେଉଥିବା ଜଣାପଡ଼ିଛି । ଗତବର୍ଷ ଏ ବାବଦରେ କିଛି ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଜମ୍ବି କାରଣରୁ ହେବା ପରେ ଲୋକମାନେ ଠିଆ ହୋଇପାରୁ ନଥିବା ବେଳେ ଆମେରିକାର ଗଳିରାସ୍ତାରେ ଅଜବ ପ୍ରକାରର ଅଭିନୟ କରୁଥିବା ଦେଖାଯାଇଥିଲା ।

ଜାଇଲାଜାଇନ ଯାହାକୁ କି ‘ଟ୍ରାନକ୍ୟୁ’, ‘ଟ୍ରାନକ୍ୟୁ ଡୋପେ’ କୁହାଯାଏ, ଉକ୍ତ ଜମ୍ବି ଡ୍ରଗ ସେବନ କରି ସହରର ଲୋକମାନେ ଭୟଙ୍କର ଭାବେ ପ୍ରଭାବିତ ହୋଇଛନ୍ତି । ଏହି ଡ୍ରଗ କାରଣରୁ ଲୋକଙ୍କଠାରେ ଅଜବ ପ୍ରକାରର ଲକ୍ଷଣ ଦେଖାଯାଉଛି । ଅତ୍ୟଧିକ ନିଦ୍ରା, ଶ୍ୱାସକ୍ରିୟ ଅବସାଦ ଆଦି ହରକତ ଲୋକଙ୍କଠାରେ ଦେଖାଦେବା ସହ ସେମାନେ ଠିଆ ହେବାକୁ ସକ୍ଷମ ହେଉ ନଥିବା ଭିଡିଓରେ ଦେଖାଯାଇଥିଲା ।

ଏହି ଡ୍ରଗ ବ୍ୟବହାର କରିବା ପରେ ଚର୍ମରେ କଞ୍ଚା କ୍ଷତ ସୃଷ୍ଟି ହେଉଛି, ଯାହାକି ଶୀଘ୍ର ବିସ୍ତାର ହେବାର ସମ୍ଭାବନା ରହିଛି । ଏହା ଅଲସରରୁ ଆରମ୍ଭ ହୋଇ ମୃତ ଚର୍ମ ହୋଇଯାଏ, ଯାହାକୁ କି ଏସଚାର କୁହାଯାଏ । ଯଦି ଠିକ୍ ସମୟରେ ଚିକିତ୍ସା କରାନଯାଏ ତେବେ ଏହା ଆମ୍ପ୍ୟୁଟେସନରେ ପରିଣତ ହୋଇଯାଏ ।

ଏହି ନନ-ଓପିଓଏଡ ଡ୍ରଗ ପ୍ରଥମେ ହିରୋଇନ କାଟିବା ପାଇଁ ବ୍ୟବହୃତ ହୋଇଥିଲା । ତା’ପରେ ଏହାର ଉପସ୍ଥିତି ଫେଣ୍ଟାନିଲରେ ଦେଖିବାକୁ ମିଳିଥିଲା । ଉକ୍ତ ଡ୍ରଗର ଏକ ଛୋଟ ଡୋଜ ଖୁବ୍ ମାରାତ୍ମକ ସାବ୍ୟସ୍ତ ହୋଇଥାଏ । ଜାଇଲାଜାଇନ ପ୍ରଥମେ ଫିଲାଡେଲଫିଆରେ ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ଏହା ସାନ ଫ୍ରାନସିସ୍କୋ ଓ ଲସ୍ ଏଞ୍ଜେଲସରେ ଦେଖିବାକୁ ମିଳିଥିଲା । ଯଦି ଜମ୍ବି ଡ୍ରଗ ଅନ୍ୟ ପଦାର୍ଥରେ ପ୍ରବେଶ କରେ ତେବେ ତାହା ଓଭରଡୋଜ୍ କ୍ଷେତ୍ରର ବିପଦ ଆଶଙ୍କା ସୃଷ୍ଟି କରିଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com