ଅନ୍ତର୍ଜାତୀୟ

ପ୍ଲାଟିନମ ଖଣିରେ ଅଘଟଣ

ଦକ୍ଷିଣ ଆଫ୍ରିକା ରୁଷ୍ଟେନବର୍ଗର ଏକ ପ୍ଲାଟିନମ ଖଣିରେ ଅଘଟଣ। ଲିଫ୍ଟ ଦଉଡି ଛିଣ୍ଡିଯିବାରୁ ୧୧ ଜଣ ଶ୍ରମିକ ପ୍ରାଣ ହରାଇ ଥିବାବେଳେ ୭୫ ଜଣ ଆହତ ହୋଇଛନ୍ତି। ଶ୍ରମିକମାନେ ଲିଫ୍ଟରେ ଯିବା ସମୟରେ ଏହି ଅଘଟଣ ଘଟିଛି।

ଶ୍ରମିକମାନେ ରୁଷ୍ଟେନବର୍ଗ ଖଣିରୁ ସ୍ଥାନାନ୍ତର ହେବା ସମୟରେ ହଠାତ୍ ଲିଫ୍ଟ ଛିଣ୍ଡି ତଳେ ପଡି ଯାଇଥିଲା। ଦକ୍ଷିଣ ଆଫ୍ରିକାର ଇମ୍ପାଲା ପ୍ଲାଟିନମ୍ ହୋଲ୍ଡିଂସ୍ (ଇମ୍ପ୍ଲାଟସ୍) କମ୍ପାନୀରେ ଏହି ଅଘଟଣ ଘଟିଛି। କମ୍ପାନୀ ସିଇଓ ଏହି ଘଟଣାକୁ କମ୍ପାନୀ ଇତିହାସର ସବୁଠାରୁ କଳାଦିନ ବୋଲି କହିଛନ୍ତି।

Related Articles

Back to top button