ଜାତୀୟ

ରାହୁଲ୍‌ଙ୍କୁ ଇଡିର ଜେରା ନେଇ କଂଗ୍ରେସର ବିକ୍ଷୋଭ; ସଚିନ ପାଇଲଟଙ୍କୁ ରାସ୍ତାରୁ ଉଠାଇ ନେଲା ପୁଲିସ୍

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ଅଟକ ବାଟରୁ ଉଠାଇ ନେଲା ପୁଲିସ। ନ୍ୟାସ୍‌ନାଲ ହେରାଲ୍ଡ ଜମି ଦୁର୍ନୀତି ମାମଲାର ଇଡି ରାହୁଲ୍‌ଙ୍କୁ ଜେରା କରିବା ଅଭିଯୋଗରେ କଂଗ୍ରେସ କର୍ମୀ ବିକ୍ଷୋଭ କରୁଛନ୍ତି। କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟର ବିକ୍ଷୋଭ ଚାଲିଥିବା ବେଳେ ପାଇଲଟ ମୁଖ୍ୟାଳୟକୁ ଯିବାକୁ ଚେଷ୍ଟା କରୁଥିଲେ। ହେଲେ ବାଟରୁ ପୁଲିସ ତାଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି।

ଏନେଇ ରାଜସ୍ଥାନ ବିଧାୟକ ମୁକେଶ ଭାକର ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରୁଥିବା ଭିଡିଓରେ ପାଇଲଟର ସମର୍ଥକମାନେ ପୁଲିସ ସହ ଯୁକ୍ତିତର୍କ କରୁଥିବାର ଦେକାଯାଉଛି। ପରେ ପୁଲିସ ଜବରଦସ୍ତି ସେମାନଙ୍କୁ ବାସ୍‌ ଭିତରେ ବସାଉଛି। ସଚିନ ପାଇଲଟ ମଧ୍ୟ ବସ୍ ଭିତରେ ବସୁଥିବା ଦେଖିବାକୁ ମିଳୁଛି। ସମର୍ଥକମାନେ ସଚିନ ପାଇଲଟ ଜିନ୍ଦାବାଦ ନାରା ମଧ୍ୟ ଲଗାଉଥିବାର ଭିଡିଓ ଶୁଣିବାକୁ ମିଳୁଛି।

ତେବେ କେବଳ ସଚିନ ପାଇଲଟ ନୁହଁନ୍ତି ତାଙ୍କ ସହ ଅନେକ ନେତାଙ୍କୁ ପୁଲିସ ମୁଖ୍ୟାଳୟ ନିକଟରେ ଅଟକ ରଖିଛି। ମହିଳା କର୍ମୀଙ୍କୁ ମଧ୍ୟ ପୁଲିସ ଟାଣି ଓଟାରି ବସରେ ବସାଉଥିବାର ଦେଖିବାକୁ ମିଳୁଛି।

ଏହା ପୂର୍ବରୁ ଦିଲ୍ଲୀ ପୁଲିସ କଂଗ୍ରେସ କାର୍ଯ୍ୟାଳୟରେ ଜବରଦସ୍ତି ପଶିଥିଲା ବୋଲି ବରିଷ୍ଠ କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ। ହେଲେ ଏହାକୁ ଖଣ୍ଡନ କରିଥିଲା ପୁଲିସ୍। ବରିଷ୍ଟ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ ଏକ ଭିଡିଓ ମଧ୍ୟ ଟ୍ୱିଟ୍ କରିଥିଲେ। ଯେଉଁଥିରେ ପୁଲିସ ପାର୍ଟି ଅଫିସ୍ ଭିତରେ ଧସେଇ ପଶି କର୍ମୀଙ୍କୁ ଉଠାଇ ନେଇଯାଉଥିବାର ଦେଖାଯାଉଛି। ତେବେ ବର୍ତ୍ତମାନ ସୁଧା ରାହୁଲ ଗାନ୍ଧୀଙ୍କୁ ୨୫ ଘଣ୍ଟା ହେଲା ଜେରା କରାଯାଇସାରିଲାଣି। ମନି ଲଣ୍ଡରିଂ ଆକ୍ଟରେ ତାଙ୍କ ବୟାନକୁ ରେକର୍ଡ ମଧ୍ୟ କରାଯାଉଛି।

Related Articles

Back to top button