ଓଡ଼ିଶା

ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେଲେ ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ

ଭୁବନେଶ୍ୱର, ୨୫/୦୭/୨୦୨୨- ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେଲେ ଇଡ଼ି ଦ୍ୱାରା ଗିରଫ ହୋଇଥିବା ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ପଶ୍ଚିମ ବଙ୍ଗର ଶିକ୍ଷା ମନ୍ତ୍ରୀ ଥିବା ବେଳେ ssc ଦୁର୍ନୀତିରେ ତାଙ୍କୁ ଇଡି ଗିରଫ କରିଛି। ତେବେ ଅସୁସ୍ଥ ଥିବାରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଭୁବନେଶ୍ୱର ଏମ୍ସରେ ଚିକିତ୍ସା କରି ସୋମବାର ୩ଟା ସୁଦ୍ଧା ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ବିଚାରପତି।  ସୋମବାର ସକାଳୁ ଭୁବନେଶ୍ୱର  ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏମ୍ସ ଅଣଯାଇଥିଲା । ମାତ୍ର ଏଠାରେ ମଧ୍ୟ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା । ଏମ୍ସରେ ଥିବା ଅନେକ ବଙ୍ଗଳା ରୋଗୀଙ୍କ ସମ୍ପର୍କୀୟ ପାର୍ଥଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି। ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହୋଇଛି। ଏପଟେ ତାଙ୍କ ସ୍ୱାସ୍ଥ୍ୟର ଯାଞ୍ଚ ଚାଲିଥିବା ଏମ୍ସ ନିର୍ଦ୍ଦେଶକ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com