ଜାତୀୟ

ଶ୍ରୀନଗରର ଲାଲ ଚୌକ୍ ଉପରେ ଗ୍ରେନେଡ ଆକ୍ରମଣ, ୧୦ ଆହତ

ନୂଆଦିଲ୍ଲୀ() ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ଥିବା ଲାଲ ଚୌକ୍ ଉପରେ ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗରର ଲାଲ ଚୌକରେ ଥିବା ଅମିରା କଡାଲ ଅଞ୍ଚଳରେ  ଗ୍ରେନେଡ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ୧୦ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ବେଳେ ଏବେ ଆହତଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

ସୂଚନାନୁସାରେ, ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଶ୍ରୀନଗରର ଲାଲ ଚୌକରେ ସୁରକ୍ଷାବାହିନୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ। ହେଲେ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକେ ଏହାର ଶିକାର ହୋଇଥିଲେ। ପ୍ରାୟ ୧୦ଜଣ ଏହି ଆକ୍ରମଣରେ ଆହତ ହୋଇଥିବା ବେ‌ଳେ ସେମାନଙ୍କ ମଧ୍ୟରୁ କେତେଜଣ ଯବାନ ରହିଛନ୍ତି, ସେନେଇ ସୂଚନା ମିଳିପାରିନାହିଁ। ଏହି ଆକ୍ରମଣ ପରେ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଘେରି ରହିଛନ୍ତି। ଏହା ସହ ସାମରିକ କାର୍ଯ୍ୟ ଆରମ୍ଭ କରାଯାଇଛି।

ତେବେ ଏହା ପୂର୍ବରୁ ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆତଙ୍କବାଦୀମାନେ ଲାଲ ଚୌକ୍ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଯବାନଙ୍କ ସମେତ ତିନି ଜଣ ଆହତ ହୋଇଥିଲେ। ରାସ୍ତା କଡ଼ରେ ବିସ୍ଫୋରଣ ହୋଇଥିବା ବେଳେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com