ଓଡ଼ିଶା

ରାଜ୍ୟରେ ୧୫ଟି ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଛି, ଏଥିପାଇଁ ୭୩୮ଟି ପଦବୀ ମଞ୍ଜୁର କରାଯାଇଛି- ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ରାଜ୍ୟରେ ୧୫ଟି ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଯାଇଛି। ତଟ ସୁରକ୍ଷା ଲାଗି ଏହି ସବୁ ଥାନା ଗୁଡିକରେ ୨୭୦ ଜଣ ହୋମଗାର୍ଡ ସହିତ ୭୩୮  ପଦବୀ ମଞ୍ଜୁରୀ ହୋଇଛି ବୋଲି ବିଧାନସଭରେ ଏ ସଂପର୍କିତ ପ୍ରଶ୍ନର ଉତ୍ତର ରଖି ଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଅବାଧ ପ୍ରବେଶ, ଆତଙ୍କବାଦୀ ଆକ୍ରମଣ ରୋକିବାକୁ ୧୫ଟି ଦ୍ରୁତ ଇଣ୍ଟରସେପଟର ବୋଟ ଦିଆଯାଇଛି। ତଟ ସୁରକ୍ଷା ବାହିନୀକୁ ଓକାକ ଜରିଆରେ ସ୍ବତନ୍ତ୍ର ତାଲିମ ଦିଆଯାଉଛି। ବିଦେଶୀ ଅନୁପ୍ରବେଶ ରୋକିବାକୁ ନୌସେନା ଜଙ୍ଗଲ ବିଭାଗ, ମତ୍ସ୍ୟ ବିଭାଗ ଓ ଗୁଇନ୍ଦା ବିଭାଗର ମିଳିତ ସହଯୋଗରେ ପଦକ୍ଷେପ ନିଆଯାଉଛି। ଏହାସହ ତଟବର୍ତ୍ତୀ ଗାଁ ଗୁଡିକରେ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com