ଓଡ଼ିଶା

‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ କଟକରେ ‘ବିପଦର ବନ୍ଧୁ’ ରକ୍ତଦାନ ଅଭିଯାନ

କଟକ: ଖରା ଦିନେ ରକ୍ତ ଅଭାବକୁ ଦୂର କରିବା ପାଇଁ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ଉତ୍କଳ ଦିବସରେ ‘ବିପଦର ବନ୍ଧୁ’ ରକ୍ତଦାନ ଅଭିଯାନ ରେଡ୍‌କ୍ରସ୍ କେନ୍ଦ୍ରୀୟ ରକ୍ତଭଣ୍ଡାରରେ ଶୁଭାରମ୍ଭ ହୋଇଛି। ‘ସମ୍ବାଦ’ର ଏଜିଏମ୍ (ନ୍ୟୁଜ୍) କୃଷ୍ଣପ୍ରସାଦ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ରେଡ୍‌କ୍ରସ୍ ରକ୍ତଭଣ୍ଡାର ନି‌ର୍ଦ୍ଦେଶକ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ, ୩୫ନଂ ୱାର୍ଡର ନବ ନିର୍ବାଚିତ କର୍ପୋରେଟର ଜେ. କାମେଶ୍ବର ରାଓ, ସ୍ବୟଂଶ୍ରୀ ମହିଳା ସମବାୟ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ନୟନା ମହାନ୍ତି, ରକ୍ତଭଣ୍ଡାର ଡାକ୍ତର କନକଲତା ଦେଈ, ରକ୍ତଭଣ୍ଡାର ବିତ୍ତ ଅଧିକାରୀ ସରୋଜ ନନ୍ଦ, ବୋର୍ଡ ଅଫ୍ ରେଭିନ୍ୟୁ ବାର୍‌ ଆସୋସିଏସନ୍ ସଂପାଦକ ଜ୍ଞାନେନ୍ଦ୍ର କୁମାର ପରିଡ଼ା, ସମାଜସେବୀ ପ୍ରଫୁଲ ନାୟକ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ପ୍ରଥମ ଦିନରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ୪୦ ଜଣ ଯୁବକଯୁବତୀ ରକ୍ତଦାନ କରି ‘ବିପଦର ବନ୍ଧୁ’ ସାଜିଥିଲେ। ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ମୁଖ୍ୟ ସହସଂପାଦକ ସଚ୍ଚିକାନ୍ତ ନାଥ, ଜିଲ୍ଲା ପ୍ରତିନିଧି ସୀମନ୍ତିକା ନନ୍ଦ, ବରିଷ୍ଠ ସହର ପ୍ରତିନିଧି ଗଦାଧର ପଣ୍ଡା, ଅଶ୍ବିନୀ କୁମାର ଦାସ, ପ୍ରତିନିଧି ସୁଶାନ୍ତ କୁମାର ସ୍ବାଇଁ, ଦୀପ୍ତିରଞ୍ଜନ ସାମଲ, ଚିରଞ୍ଜିବୀ କର, ଜ୍ୟୋତିପ୍ରକାଶ ମହାପାତ୍ର, ଶିଳ୍ପା ପ୍ରିୟଦର୍ଶିନୀ, ଜ୍ଞାନରଞ୍ଜନ ରାଉତରାୟ, ଚିତ୍ତରଞ୍ଜନ ମହାନ୍ତି, ସୌମ୍ୟରଞ୍ଜନ ପାତ୍ର, ସହଯୋଗୀ ଛବିଳ ସାହୁ, କେନ୍ଦ୍ରୀୟ ରକ୍ତଭଣ୍ଡାର ପକ୍ଷରୁ ରବିନାରାୟଣ ସାହୁ, ଅବିନାଶ ଦାସ, ଆକାଶ ପ୍ରୀତମ ପାତ୍ର ପ୍ରମୁଖ ଶିବିର ପରିଚାଳନାରେ ସହାୟତା କରିଥିଲେ। ଏହି ରକ୍ତଦାନ ଅଭିଯାନ ଗ୍ରୀଷ୍ମଋତୁରେ ଜାରି ରହିବ।

Related Articles

Back to top button
WP Twitter Auto Publish Powered By : XYZScripts.com