ଜାତୀୟରାଜନୀତି

୩୩ ବର୍ଷ ତଳେ ଜଣେ ବୃଦ୍ଧଙ୍କୁ ହତ୍ୟା କରିଥିଲେ ସିଦ୍ଧୁ: ମାମଲାର ପୁନର୍ବିଚାର କରି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ୩୩ ବର୍ଷ ପୂର୍ବେ ଜଣେ ବ୍ୟକ୍ତିଙ୍କୁ ସିଦ୍ଧୁ ହତ୍ୟା କରିଥିବା ମାମଲାର ପୁନବିର୍ଚାର ଆରମ୍ଭ ହେବାକୁ ଯାଉଛି । ଏନେଇ ସୁପ୍ରିମକୋର୍ଟରେ ୟାଚିକା ଦାଖଲ ହୋଇଛି । ତେବେ ରାଜ୍ୟ ରାଜନୀତି ସରଗରମ୍ ରହିଥିବା ବେଳେ କଂଗ୍ରେକୁ ବ୍ୟାକଫୁଟକୁ ଠେଲିବାକୁ ଭାଜପା ନିକଟରେ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି ।

ଜଣାପଡ଼ିଛି ଯେ, ଗତ ୧୯୮୮ ମସିହା ଡିସେମ୍ବର ମାସରେ ଜଣେ ୬୫ ବର୍ଷୀୟ ବୃଦ୍ଧ ଗୁରନାମ ସିଂହଙ୍କ ସହିତ ସିଦ୍ଧୁଙ୍କର କୌଣସି କାରଣରୁ ଝଗଡ଼ା ହୋଇଥିଲା । ତେବେ ଉକ୍ତ ବିବାଦରେ ସିଦ୍ଧୁ ଉକ୍ତ ବ୍ୟକ୍ତିଙ୍କ ଉପରକୁ ହାତ ଉଠାଇବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ହୃଦଘାତ କାରଣୁ ଗୁରନାମଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ଆସିଥିଲା । ୨୦୧୮ ମସିହା ମେ ମାସ୧୫ ତାରିଖରେ ଏନେଇ ସିଦ୍ଧୁଙ୍କ ଉପରେ ୧ ହଜାର ଟଙ୍କାର ଜରିମାନା ଲାଗୁ ହୋଇଥିଲା ।

୨୦୧୮ରେ ପଞ୍ଜାମ-ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଅର୍ଡର ଦେଇଥିବା ବେଳେ ସୁପ୍ରିମକୋର୍ଟ ଏହି କେସକୁ ବଦଳାଇ ଦେଇଥିଲେ । ୨୦୦୬ରେ ହାଇକୋର୍ଟ ସିଦ୍ଧୁଙ୍କୁ ୩ ବର୍ଷର ଜେଲଦଣ୍ଡ ଓ ୧ ଲକ୍ଷ ଜରିମାନା ଲାଗୁ କରିବା ପରେ ସେ ଲୋକସଭାରୁ ଇସ୍ତଫା ଦେଇଥିଲେ । ତେବେ ଇତିମଧ୍ୟରେ ସିଦ୍ଧୁ ୨୦୦୨ରେ ଓ ୨୦୦୭ରେ ନିର୍ବାଚନରେ ବିଜୟୀ ହୋଇଥିଲେ । ମୃତକଙ୍କ ପରିବାର ପକ୍ଷରୁ ସୁପ୍ରିମକୋର୍ଟରେ ଏହି ମାମଲାର ପୁନବିର୍ଚାର ପାଇଁ ଅପିଲ କରାଯାଇଥିଲା । ଏବେ ଉକ୍ତ ନିଷ୍ପତ୍ତିର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ୟାଚିକା ଦାୟର ହୋଇଛି ଓ ଜଷ୍ଟିସ୍ ଏମଏମ ଖାନୱିଲକରଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ । ତେବେ ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ରିପୋର୍ଟକୁ ଆଧାରରେ ସିଦ୍ଧୁ ଜେଲ ଯିବେ କି ନିର୍ଦ୍ଦୋଷରେ ଖଲାସ ହେବେ ତାହା କୋର୍ଟଙ୍କ ରାୟ ପରେ ସ୍ପଷ୍ଟ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com