ରାଜନୀତି

କଡ଼ା ଟକ୍କର ହେଲା ନିର୍ବାଚନ

କଡ଼ା ଟକ୍କର ହେଲା ନିର୍ବାଚନ । ଆସିଲା ଫଳାଫଳ । ୩ ରାଜ୍ୟରେ ବିପୁଳ ଭୋଟ ବ୍ୟବଧାନରେ ବିଜୟଲାଭ କଲା ବିଜେପି । ସେବେଠାରୁ କିଏ ହେବ ମୁଖ୍ୟମନ୍ତ୍ରୀ- ଲାଗି ରହିଲା ଚର୍ଚ୍ଚା । ଜାତିଭିତିକ କାର୍ଡ ଏବଂ ମୋଦି ଫର୍ମୁଲାରେ ଫ୍ରେଶ୍ ଚେହେରା ଆଦି ଆଲୋଚନା ଭିତରେ ଜୋର ଧରିଥିଲା ଆଉଏକ ଚର୍ଚ୍ଚା । ତାହା ହେଲା ୩ ରାଜ୍ୟରେ କେଉଁଠି ମଧ୍ୟ ଜଣେ ମହିଳା ମୁଖ୍ୟମନ୍ତ୍ରୀ ହେବେ । ମୋଦିଙ୍କ ଏହାର ରହିବ ମାଷ୍ଟର ଷ୍ଟ୍ରୋକ୍ । ଏମିତି ଚର୍ଚ୍ଚା ଭିତରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଆସିଗଲା ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାମ । ଏଥିସହ ସମସ୍ତ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ସରିଗଲା କିନ୍ତୁ କେହି ହେଲେନି ମହିଳା ମୁଖ୍ୟମନ୍ତ୍ରୀ । ଏବେ ଚର୍ଚ୍ଚା- କାହିଁକି କରାଗଲାନି ମହିଳା ମୁଖ୍ୟମନ୍ତ୍ରୀ? ଆସନ୍ତୁ ନଜର ପକାଇବା-
ଛତିଶଗଡ଼ ପାଇଁ ମହିଳା ମୁଖ୍ୟମନ୍ତ୍ରୀ ଚେହେରାରେ ରହିଥିଲେ ରେଣୁକା ସିଂହ ଓ ସରୋଜ ପାଣ୍ଡେ ।

ମଧ୍ୟପ୍ରଦେଶ ପାଇଁ ଲାଇମ୍ ଲାଇଟ୍‌ରେ ରହିଥିଲେ ସାଂସଦ ରୀତି ପାଠକ । ସେହିଭଳି ରାଜସ୍ଥାନ ପାଇଁ ଆଗରେ ରହିଥିଲେ ଦବଙ୍ଗ ଲେଡି ବସୁନ୍ଧରା ରାଜେ ସିନ୍ଦିଆ ଏବଂ ଦୀୟା କୁମାରି । କିନ୍ତୁ ବିଜେପିର ମହିଳା କାର୍ଡ ରହିଯାଇଛି ପେଣ୍ଡିଂ । ଏହା ପଛରେ ରହିଛି ଦୁଇଟି ବଡ଼ କାରଣ । ଯାହା ସମସ୍ତ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରାରୁ ବେଶ୍ ସ୍ପଷ୍ଟ ।

ପ୍ରଥମ କାରଣ ହେଉଛି- ମୋଦି ଆନୁଗତ୍ୟ । ଅର୍ଥାତ୍ ମୋଦିଙ୍କ ଶୁଭଦୃଷ୍ଟିରେ ରହିବା ଏବଂ ଦ୍ୱିତୀୟ ବଡ଼ କାରଣ ହେଉଛି – ଆରଏସଏସ ଗୁଡବୁକ୍‌ରେ ରହିବା । ସେ ଦୃଷ୍ଟିରୁ ଯେତେବେଳେ ମହିଳା ମୁଖ୍ୟମନ୍ତ୍ରୀଙ୍କ କଥା ବିଚାର କରାଯାଇଛି, ହୁଏତ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ସେଭଳି କେହି ଚେହେରା ସାମ୍ନାକୁ ଆସିଲେନି ।

ଏଠାରେ କହିରଖୁଛୁ ଯେ ଗତ କିଛିଦିନ ଧରି ମୋଦିଙ୍କ କାର୍ଯ୍ୟକ୍ରମ ଓ ଭାଷଣ ଯଦି ଆପଣ ଅନୁଧ୍ୟାନ କରିବେ, ତେବେ ମୋଦିଜୀ ମହିଳା ପ୍ରସଙ୍ଗକୁ ଜୋର୍ ଧରିଛନ୍ତି । ମହିଳାଙ୍କୁ ପ୍ରାଧ୍ୟାନ୍ୟ ଦେବାର ଆଉଏକ ବଡ଼ ଉଦାହରଣ ହେଉଛି ଗୃହର ସ୍ୱତନ୍ତ୍ର ଅଧିବେଶନ ଡକାଇ ମହିଳା ବିଲ୍ ପାସ୍ କରାଯାଇଛି । ସେସବୁରୁ ଜଣାପଡୁଛଥିଲା ୨୦୨୪ରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ବିଜେପିର ବଡ଼ ଲକ୍ଷ୍ୟ । ତେବେ ବର୍ତ୍ତମାନ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନରୁ ଯାହା ଜଣାପଡ଼ିଲା, ମହିଳା ପ୍ରସଙ୍ଗ ଅପେକ୍ଷା ଜାତିଭିତ୍ତିକ ସନ୍ତୁଳନ ବଜାୟ ରଖିବାକୁ ଅଧିକ ଗରୁତ୍ୱ ଦେଇଛି ବିଜେପି ।

ଫଳରେ ଛତିଶଗଡ଼ରେ ଏସଟି କାର୍ଡ, ମଧ୍ୟପ୍ରଦେଶରେ ଓବିସି ଏବଂ ରାଜସ୍ଥାନରେ ଜେନେରାଲ ବର୍ଗର ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି । ସେ ଯାହା ବି ହେଉ ମୋଦି ଫର୍ମୁଲା ଓ ମୋଦି ମ୍ୟାଜିକ୍ ଫୁଲ ଆପ୍ଲାଏ କରାଯାଉଥିବାବେଳେ ୨୦୨୪ ନିର୍ବାଚନରେ କିଭଳି ରହିବ ରଣନୀତି ତାହା ଦେଖିବାକୁ ବାକି ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com