ଓଡ଼ିଶା

ହାଇଦ୍ରାବାଦ ଇଟାଭାଟିରେ ଫସିଛନ୍ତି ୬୫ ଦାଦନ ଶ୍ରମିକ: ଉଦ୍ଧାର ପାଇଁ କଲେ ନିବେଦନ

ନୂଆପଡ଼ା() କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟି ଯାଇଥିଲେ । ଏବେ ଇଟାଭାଟି ମାଲିକ ନିର୍ଯାତନା ଦେଉ ଥିବା ଅଭିଯୋଗ କରିଛନ୍ତି ନୂଆପଡ଼ା ଜିଲ୍ଲାର ଦାଦନ ଶ୍ରମିକମାନେ। ଏକ ଭିଡିଓ ଜରିଆରେ ଉଦ୍ଧାର ପାଇଁ ସେମାନେ ନିବେଦନ କରିଛନ୍ତି।
କାମଧନ୍ଦା ଅଭାବରୁ ଗତ ଦୀପାବଳି ପରେ ନୂଆପଡ଼ା ଜିଲ୍ଲାର ରଜନା, ଘୋଟଶ୍ବର,ତରବୋଡ ଓ ବେଲଗାଁ ଆଦି ଗାଁର ୬୫ ଜଣ ଦାଦନ ଶ୍ରମିକ ଜଣେ ଦଲାଲ ସହାୟତାରେ ହାଇଦ୍ରାବାଦ ନିକଟ ସିଲସିଲା ଚନ୍ଦ୍ରମପେଟ ଇଟାଭାଟିକୁ ଯାଇଥିଲେ। ଏବେ ଇଟାଭାଟି ମାଲିକ ଶ୍ରମିକମାନଙ୍କୁ ମାରପିଟ୍ କରିବା ସହ ଅକଥନୀୟ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। ଏକ ଭିଡିଓ ବାର୍ତ୍ତା ପଠାଇ ଉଦ୍ଧାର କରିବାକୁ ସେମାନେ ଅନୁରୋଧ କରିଛନ୍ତି।

Related Articles

Back to top button