ଓଡ଼ିଶା

ମାନଝରୀ ପମ୍ପ ହାଉସରେ ବାରମ୍ବାର ବିଦ୍ୟୁତ ତାର ଚୋରି; ଗୋଲାମୁଣ୍ଡା ଓ ମାନଝରୀ ରେ ଜଳ ଯୋଗାଣ ଠପ୍

ଗୋଲାମୁଣ୍ଡା,୨୧/୦୭/୨୦୨୨- କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ମାନଝରି ପଂଚାୟତ ଓ ଗୋଳାମୁଣ୍ଡା ପଂଚାୟତରେ ବାରମ୍ବାର ପମ୍ପ ହାଉସରୁ ବିଦ୍ୟୁତ ତାର ଚୋରି ଘଟଣା ଏକ ପ୍ରକାର ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟ ପଟେ ଏହି ଦୁଇଟି ପଞ୍ଚାୟତ ର ପ୍ରାୟ ୫୦୦୦ ଜନ ସାଧାରଣ ଜଳ ଯୋଗାଣ ସୁବିଧାରୁ ବଞ୍ଚିତ ହେଉଛନ୍ତି । ବାରମ୍ବାର ଚୋରି ହେଉଥିବାରୁ ସ୍ଥାନୀୟ ସରପଞ୍ଚମାନେ ଗୋଳାମୁଣ୍ଡା ଥାନାରେ ଅଭିଯୋଗ କରିଥିବା ସତ୍ୱେ ଏହି ଘଟଣା ଦୋହରାଉ ଥିବାରୁ ପୋଲିସ ପ୍ରଶାସନ ଉପରେ ମଧ୍ୟ ଲୋକଙ୍କ ବିଶ୍ୱାସ ଭାଙ୍ଗି ଯାଉଥିବାର ଦେଖା ଯାଉଛି। ପଂଚାୟତର ଅଧିକାରୀ ମାନେ ମଧ୍ୟ ଏହି ଘଟଣାକୁ ଗୁରୁତର ଭାବେ ନେଇ କିଭଳି ଭାବେ ଚୋରି ହେବ ନାହିଁ ତାହା ବିଚାର କରି ରାତ୍ର ଜଗୁଆଳିର ନିଯୁକ୍ତି ଦେବା ଉଚିତ । ଯଦି ରାତ୍ର ଜଗୁଆଳି ଥାଇ ମଧ୍ୟ ବାରମ୍ବାର ଚୋରି ହେଉଛି ତାହେଲେ ସ୍ଥାନୀୟ ଲୋକଙ୍କ ହାତ ଥିବା ନେଇ ସାଧାରଣ ମହଲରେ ଅନେକ ପ୍ରଶ୍ନ ଉଠୁଥିବାର ଲକ୍ଷ୍ୟ କରାଯାଉଛି । ପୋଲିସ ପ୍ରଶାସନ ସହ ସାଧାରଣ ଜନତା ଜାଗୃତ ହେଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେବା ଆଶା କରାଯାଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାରେ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com