କ୍ରୀଡ଼ା

IPL 2022: ଆଜି GT Vs LSG ମୁକାବିଲା, ପ୍ରଥମ ଥର ମୁହାଁମୁହିଁ ହେବେ ପାଣ୍ଡ୍ୟା ବ୍ରଦର୍ସ

ମୁମ୍ବାଇ : ଆଇପିଏଲ ୨୦୨୨ରେ ସୋମବାର ମୁହାଁମୁହିଁ ହେବେ ଦୁଇ ନୂତନ ଦଳ ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ଗୁଜରାଟ ଟାଇଟନ୍ସ। ଏହା ସହିତ  ଟୁର୍ଣ୍ଣାମେଣ୍ଟରେ ଦୁଇ ଭାଇ ତଥା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃଣାଲ ପାଣ୍ଡ୍ୟାଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ। ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର ନେତୃତ୍ଵ ନେଉଥିବା ବେଳେ କୃଣାଲ ଲକ୍ଷ୍ନୌ ଦଳର ସଦସ୍ୟ।
ଆଇପିଏଲ ଇତିହାସରେ ପ୍ରଥମ ଥର ଏହି ଦୁଇ ଭାଇଙ୍କୁ ପରସ୍ପର ବିରୋଧରେ ଖେଳୁଥିବା ଦର୍ଶକ ଦେଖିବାକୁ ପାଇବେ। ଏହା ପୂର୍ବରୁ ହାର୍ଦ୍ଦିକ ଓ କୃଣାଲ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି ଆସୁଥିଲେ। ତେବେ ଏଥର ମେଗା ନିଲାମ ପରେ ଦୁଇ ଭାଇ ଭିନ୍ନ ଭିନ୍ନ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରିବେ।
ଗୁଜରାଟ ଟାଇଟନ୍ସର ନେତୃତ୍ଵ ଦାୟିତ୍ଵ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଥିବା ବେଳେ ଲକ୍ଷ୍ନୌ ସୁପର ଜାୟଣ୍ଟସର ଅଧିନାୟକ ଦାୟିତ୍ଵ କେଏଲ ରାହୁଲଙ୍କ ଉପରେ ରହିଛି। ମେଗା ନିଲାମରେ ଗୁଜରାଟ କୃଣାଲଙ୍କ ଉପରେ ଦୁଇ ଥର ଡାକ ପକାଇଥିଲା। ହେଲେ ଶେହରେ ଲକ୍ଷ୍ନୌ ଟିମ୍ ବାଜି ମାରି ନେଇଥିଲା।
ହାର୍ଦ୍ଦିକଙ୍କୁ ଅହମ୍ମଦାବାଦ ଫ୍ରାଞ୍ଚାଇଜି ମେଗା ନିଲାମ ପୂର୍ବରୁ ୧୫ କୋଟି ଟଙ୍କାରେ ଡ୍ରାଫ୍ଟ କରିଥିଲା। ଅନ୍ୟପଟେ କୃଣାଲ ପାଣ୍ଡ୍ୟାଙ୍କୁ ମେଗା ନିଲାମରେ ଲକ୍ଷ୍ନୌ ଫ୍ରାଞ୍ଚାଇଜି ୮.୨୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ୍ କରିଥିଲା। ହାର୍ଦ୍ଦିକ ଓ କୃଣାଲ ଦୁଇ ଭାଇ କ୍ରିକେଟ୍‌ରେ ବହୁତ ସଂଘର୍ଷ କରିଛନ୍ତି। ଦୀର୍ଘ ବର୍ଷ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଛନ୍ତି। ମୁମ୍ବାଇକୁ ୫ ଥର ଚମ୍ପିଆନ କରାଇବାରେ ଉଭୟଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com