ଅନ୍ୟାନ୍ୟ

ଆସିଲା ବିଚାରପତିଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଟକ ; ୦୭।୦୯ ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଘଟଣା। କମିଶନରେଟ ପୋଲିସର ହସ୍ତଗତ ହେଲା ପୋଷ୍ଟମର୍ଟମ ରିପୋର୍ଟ । ଏସସିବିରୁ ମର୍କତନଗର ଥାନାକୁ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ବିଚାରପତି ନିଜେ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ । ରଶିରେ ଝୁଲିବା ପରେ ବିଚାରପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, ଗତ ୨ ତାରିଖରେ ବିଚାରପତି ସୁବାସ ବିହାରୀ ଆତ୍ମହତ୍ୟା କରିଥିଲେ । ହେଲେ ହତ୍ୟା ଅଭିଯୋଗ ଆଣି ସୁବାସଙ୍କ ପତ୍ନୀ ଓ ଶଳାଙ୍କ ନାମ ରେ ଅଭିଯୋଗ କରିଥିଲେ ପରିବାର ଲୋକ। ମର୍କତନଗର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଆଉ ଏବେ ବିଚାରପତିଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com