Breaking NewsFeaturedରାଜନୀତି

କାହିଁକି ନୀତିଶ ଛାଡିବେ INDIA, ସତ ନା ମିଛ , ଜାଣନ୍ତୁ ପୁରା ଖବର

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭାରତ ମିଳିତ ମଞ୍ଚ ବା ଆଇଏନଡିଆଇଏରେ ସନ୍ତୁଷ୍ଟ ନାହାନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ସେ ମଧ୍ୟ କ୍ୟାମ୍ପ ପରିବର୍ତ୍ତନ କରିପାରନ୍ତି। ଏପରି ପୂର୍ବାନୁମାନ କହୁଛନ୍ତି କିଛି ରାଜନୈତିକ ସମୀକ୍ଷକ । ପୂର୍ବରୁ ମଲିକାର୍ଜୁନେ ଖଡଗେଙ୍କୁ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା ଭାବେ ସାମ୍ନାକୁ ଆସିବା ଚର୍ଚ୍ଚାପରେ ନୀତିଶଙ୍କ ମନ ଖଟା ହୋଇଯାଇଥିବା କୁହାଯାଉଥିଲା । ତେଣୂ ସେ ମେଣ୍ଟ ଛାଡିବା ପାଇଁ ପ୍ରସ୍ତୁତ ହେଉଥିବା ଆଲୋଚନା ଜୋର ଧରିଥିଲା । ତେବେ ଏହା ପଛର କାରଣ ଦଳର ପୂର୍ବତନ ସଭାପତି ଲାଲାନ ସିଂଙ୍କ ଇସ୍ତଫା ବୋଲି କୁହାଯାଉଛି ।

ଇସ୍ତଫା ପଛରେ ଥିବା କାହାଣୀକୁ ଲଲାନ ପ୍ରତିଜ୍ରିୟା ରଖିଛନ୍ତି । ସେ କହିଛନ୍ତି ମୁଁ ନିଜେ ଇସ୍ତଫା ଦେଇଦେଲି। ମୁଁ ମୋ ନିର୍ବାଚନ ମଣ୍ଡଳୀକୁ ସମୟ ଦେଇପାରୁନଥିଲି ତେଣୁ ମୋତେ ଇସ୍ତାଫା ଦେବାପାଇଁ କୁହାଯାଇଥିଲା । ୨୦୨୨ ରେ ମୁଁ ଇସ୍ତଫା କଥା କହିଥିଲି କିନ୍ତୁ ନୀତିଶ କୁମାର ମୋ ଇସ୍ତାଫା ନିଷ୍ପତ୍ତି ଗ୍ରହଣ କରିନଥିଲେ । ଯେଉଁଥିପାଇଁ ତାଙ୍କ ସହ ମୋର ଯୁକ୍ତିତର୍କ ହୋଇଥିଲା ବୋଲି ଲଲନ ସିଂ କହିଛନ୍ତି । ତେବେ ଏକାଧିକ ଥର ନୀତିଶ କୁମାର ବିଜେପି ଏବଂ ଆରଜେଡି ସହ ମିଶି ମେଣ୍ଟ କରିଛନ୍ତି କିନ୍ତୁ ଏହା ଅଧିକ ଦିନ ଯାଏ ତିଷ୍ଠି ପାରିନାହିଁ ।

ତଥାପି ନିର୍ମଳ ଭାବମୂର୍ତ୍ତି ଯୋଗୁ ତାଙ୍କୁ ହରାଇବା କାଠିକର ପାଠ ହୋଇଛି । କାରଣ ବିହାରର ୪୦ ସିଟରେ ସେ ଯେକୌଣସି ସମୟରେ ଖେଳ ବିଗାଡି ପାରିବାର କ୍ଷମତା ରଖନ୍ତି । ତେଣୁ ଆଇଏନଡିଆଇଏ କଦାପି ଚାହିଁବ ନାହିଁ ଯେ ନୀତିଶ ମେଣ୍ଟରୁ ବାହାରିଯାନ୍ତୁ । ତେବେ ଆଇଏନଡିଆଇ ଛାଡିବା ଖବରକୁ ଅସ୍ୱୀକାର କରିଛନ୍ତି ନୀତିଶ । ସେହିପରି ମେଣ୍ଟରେ କୌଣସି ଅସନ୍ତୋଷର କାରଣ ନଥିବା ମଧ୍ୟ ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com