ଓଡ଼ିଶା

ସ୍ବର୍ଗଦ୍ବାରରେ ଶବ ରଖିବା ନିମନ୍ତେ କରାଯାଇଛି ଡିଫ୍ରିଜର ବ୍ୟବସ୍ଥା

ପୁରୀ() ସ୍ବର୍ଗଦ୍ବାରରେ ଶବ ରଖିବା ନିମନ୍ତେ ଡିଫ୍ରିଜର ବ୍ୟବସ୍ଥା କରାଯାଇଛି । ଅନ୍ତିମ ସତ୍କାର ନିମନ୍ତେ କୌଣସି କାରଣ ବଶତଃ ବିଳମ୍ବ ହେଲେ ସଂପର୍କୀୟ ମାନେ ଶବକୁ ୨୪ ଘଣ୍ଟାକୁ ଏକ ହଜାର ଟଙ୍କା ଦେୟ ପ୍ରଦାନ କରି ଡିଫ୍ରିରେଜରରେ ରଖିପାରିବେ । ସ୍ବର୍ଗଦ୍ବାରରେ ଶବଦାହ ନିମନ୍ତେ ଆସୁଥିବା ବ୍ୟକ୍ତି ମାନଙ୍କୁ ଉତ୍ତମ ସେବା ପ୍ରଦାନ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ,ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ସ୍ଵର୍ଗଦ୍ଵାର ସେବା ସମିତିର ଶ୍ରୀ ସିଦ୍ଧାର୍ଥ ରାୟ, ଶ୍ରୀ ସୁଜିତ କୁମାର ମହାନ୍ତି, ସଂସ୍କାର ସେବକ, ସ୍ବର୍ଗଦ୍ବାର କେନ୍ଦ୍ରର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com