ରାଜନୀତି

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ରାଣୀ ବସୁନ୍ଧରା ରାଜେ!

ମାନିଗଲେ ରାଣୀ । ଛାଡିଦେଲେ ଆସନ । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର । କାରଣ ଛତିଶଗଡ ଓ ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଚେହେରା ଉପରେ ସମସ୍ତଙ୍କ ନଜର ।

ରାଜସ୍ଥାନକୁ ନେଇ ଏବେ ବି ହଟିନି ସସପେନ୍ସ । କିଏ ସିଏମ ହେବ, ତାକୁ ନେଇ ବଢୁଛି ଉକ୍ରଣ୍ଠା । କାରଣ ମୋଦି ଫର୍ମୁଲା ଅନୁସାରେ ରାଜସ୍ଥାନରେ ବି ଦେଖିବାକୁ ମିଳିବ ଫ୍ରେଶ ଚେହେରା । ଏଠାରେ ବି ସରପ୍ରାଇଜ ସିଏମଙ୍କ ନାମ ଘୋଷଣା କରିବ ବିଜେପି । ତେବେ ଏଭଳି ପରିସ୍ଥିତିରେ ଚର୍ଚ୍ଚା ହେଉଥିଲା କି ରମଣ ସିଂ ଓ ଶିବରାଜଙ୍କ ଭଳି ସମାନ ଘଟଣା ଘଟିବ ବସୁନ୍ଧରା ରାଜେଙ୍କ କ୍ଷେତ୍ରରେ ।

ଏନେଇ ୨ଦିନ ଧରି ୩ପର୍ଯ୍ୟବେକ୍ଷକ କରୁଛନ୍ତି ମାନସ ମନ୍ଥନ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜିଦରେ ଅଟଳ ବସୁନ୍ଧରା ତ ଅନ୍ୟପଟେ ମନେଇବାରେ ଲାଗିଛନ୍ତି ବିଜେପି ନେତା । କାରଣ ସିଏମ ଛଡା ଅନ୍ୟ କୌଣସି ପଦ ଗ୍ରହଣ କରିବେନି ବୋଲି ରୋକଠୋକ କହିଥିଲେ ଏହି ଦବଙ୍ଗ ଲେଡି । ଯେମିତି ରମଣଙ୍କୁ ରାଜ୍ୟପାଳ କରଗଲା ସେମିତି ବସୁନ୍ଧରାଙ୍କୁ ମଧ୍ୟ ରାଜ୍ୟପାଳ କରିବା ନେଇ ଦିଆଯାଇଥିବା ଅଫରକୁ ବି ଆଡେଇ ଦେଇଥିବା ଚର୍ଚ୍ଚା ହେଉଥିଲା । ଏପରିକି ବିଧାୟକଙ୍କ ନେଇ ନିଜ ବାସଭବନରେ ବୈଠକ କରିବା ସହ ଶକ୍ତି ପ୍ରଦର୍ଶନ କରି ମୋଦି-ଶାହଙ୍କୁୁ ବି ଚ୍ୟାଲେଞ୍ଜ ଦେବାକୁ ପଛାଇ ନଥିଲେ ରାଣୀ ବସୁନ୍ଧରା । ଯାହାକୁ ନେଇ ରାଜସ୍ଥାନରେ ଦେଖିବାକୁ ମିଳିଥିଲା ଜଟିଳ ସ୍ଥିତି ।

ଏହାକୁ ନଜରରେ ରଖି ରାଣୀଙ୍କୁ ମନାଇବାକୁ ଲାଗିପଡିଥିଲେ ଶୀର୍ଷ ନେତୃତ୍ୱ । ଆଉ ଏବେ ଯାହା କୁହାଯାଉଛି କି ଶେଷରେ ମାନିଯାଇଛନ୍ତି ବସୁନ୍ଧରା । ଆଉ ତାଙ୍କୁ ମନେଇବାରେ ସକସେସ ହୋଇଛନ୍ତି ବିଜେପି ନେତା । ତେବେ ସେ ଯାହା ବି ହେଉ ଏସବୁ ଦୃଷ୍ଟିରୁ ବସୁନ୍ଧାରା ମୁଖ୍ୟମନ୍ତ୍ରୀ ହେବେନି ତାହା ସ୍ପଷ୍ଟ । ହେଲେ କିଏ ରାଜସ୍ଥାନର ଶିରୋପା ପିନ୍ଧିବା ତାହା ଅପରାହ୍ନରେ ଜଣାପଡିଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com