ଅନ୍ତର୍ଜାତୀୟଜାତୀୟମନୋରଞ୍ଜନ

ମେଟ୍‌ ଗାଲା- ୨୦୨୨; ୩୬ କୋଟିର ଡ୍ରେସ୍‌ରେ କିମ୍‌ଙ୍କ ଷ୍ଟାଇଲିଶ୍‌ ଅନ୍ଦାଜ, ୨୧ ଦିନରେ କମାଇଲେ ସାଢ଼େ ୭କିଲୋ ଓଜନ

ନୂଆଦିଲ୍ଲୀ() ହଲିଉଡ୍‌ର ଲୋକପ୍ରିୟ ଫ୍ୟାଶନ୍‌ ଶୋ’ ‘ମେଟ୍‌ ଗାଲା-୨୦୨୨’।  ମେ ୨ରେ ନ୍ୟୁୟର୍କରେ ହୋଇଛି ଆୟୋଜିତ । ଚଳିତ ବର୍ଷ ମେଟ୍‌ ଗାଲାର ଥିମ୍‌ ‘ଇନ୍‌ ଆମେରିକା: ଆନ୍‌ ଆନ୍ଥୋଲୋଜି ଅଫ୍‌ ଫ୍ୟାଶନ୍‌’ ଓ  ଡ୍ରେସ୍‌ କୋଡ୍‌ ‘ଗିଲ୍‌ଡେଡ ଗ୍ଲାମର’। ସେଥିରେ କେଟି ପେରି, କିମ୍‌ କାର୍ଦାଶିଆନ୍‌, ଡକୋଟା ଜନ୍‌ସନ୍‌, ଗିଗି ହଦିଦ୍‌ଙ୍କ ସମେତ ଅନେକ ସେଲିବ୍ରିଟି ଷ୍ଟାଇଲିଶ୍‌ ଆଉଟଫିଟ୍‌ ନଜର ଆସିଛନ୍ତି। ଆଉ ରେଡ୍‌ କାର୍ପେଟ୍‌କୁ ଦେଖାଇଛନ୍ତି ଜଲୱା ।  କିନ୍ତୁ ସୋର ମୁଖ୍ୟ ଆକର୍ଷଣ ପାଲଟିଥିଲେ କିମ୍‌। ଶୋରେ କିମ୍‌ ନିଜ ବୟଫ୍ରେଣ୍ଡ ପିଟ୍‌ ଡେଭିଡ୍‌ସନ୍‌ଙ୍କ ସହ ପହଞ୍ଚିଥିଲେ । ଏହି ଅବସରରେ ପିନ୍ଧିଥିଲେ ଏକ ୩୬ କୋଟିର ଡ୍ରେସ୍‌। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେହି ପୋଷାକକୁ ପିନ୍ଧିବାକୁ କମାଇଥିଲେ ସାଢ଼େ ୭ କିଲୋ ଓଜନ। ତା ପୁଣି ୨୧ ଦିନରେ।  କିମ୍‌ ଆମେରିକାର ଜମେ ମିଡିଆ ପର୍ସନଲିଟି, ସମାଜ ସେବୀ ଓ ଜଣେ ସଫଳ ବ୍ୟବସାୟୀ।

 ଅନ୍ୟପଟେ କେଟି ପେରି ୱାନ୍‌ ସୋଲଡର ଗାଉନ୍‌ରେ ନଜର ଆସିଥିଲେ । ମେଟ୍‌ ଗାଲାରେ ସୋସିଆଲାଇଟ୍‌ ନତାଶା ପୁନାୱାଲା ଭାରତକୁ ପ୍ରତିନିଧିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ନତାଶା ସବ୍ୟସାଚୀଙ୍କ ଡିଜାଇନର୍‌ ଗୋଲ୍‌ଡେନ୍‌ ଶାଢ଼ି ପିନ୍ଧିଥିଲେ । ତାଙ୍କର ଏହି ଲୁକ୍‌କୁ ଅନୀତା ଶ୍ରଫ୍‌ ଅଦଜାନିୟା ଷ୍ଟାଇଲ୍‌ କରିଥିଲେ ।

 ମେଟ୍‌ ଗାଲାରେ ଏଲନ୍‌ ମସ୍କ ତାଙ୍କ ମା’ମେୟ ମସ୍କଙ୍କ ସହ ପହଞ୍ଚିଥିଲେ । ଅଭିନେତ୍ରୀ ଡକୋଟା ଜନ୍‌ସନ୍‌ ଗୁଚିର ଜମ୍ପସୁଟ୍‌ରେ ରେଡ୍‌ କାର୍ପେଟ୍‌ରେ ନଜର ଆସିଥିଲେ । ପ୍ରିୟଙ୍କା ଚୋପ୍ରାଙ୍କର ଯାଆ ସୋଫି ଟର୍ନରଙ୍କୁ ବ୍ଲାକ୍‌ ଆଉଟ୍‌ଫିଟ୍‌ରେ ଦେଖିବାକୁ ମିଳିଥିଲା ସେ ପ୍ରେଗାନାଣ୍ଟ ଅଛନ୍ତି।

 ମେଟ୍‌ ଗାଲାର ରେଡ୍‌ କାର୍ପେଟ୍‌ରେ ନ୍ୟୁୟର୍କ କଲଚରାଲ ଆଫେୟାର୍ସର କମିଶନର ଲରି କୁମ୍ବୋଙ୍କୁ ତାଙ୍କ ବୟଫ୍ରେଣ୍ଡ ବବି ଡିଗି ଓଲିସଙ୍କ ସହ ଦେଖିବାକୁ ମିଳିଥିଲା। ରେଡ୍‌ କାର୍ପେଟରେ ଦେଖିବାକୁ ମିଳିଥିଲା ଦୁହିଁଙ୍କ ରୋମାନ୍ସ।

Related Articles

Back to top button
WP Twitter Auto Publish Powered By : XYZScripts.com